Cyclonic Montha / ଆନ୍ଧ୍ରପ୍ରଦେଶ ମୁହାଁ ମୋନ୍ଥା, ୨୮ ତାରିଖରେ ‘ଭୀଷଣ ବାତ୍ୟା’ର ରୂପ
·10 months ago·2 min read

Key Points
ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ମୋନ୍ଥା
୨୮ ତାରିଖରେ ‘ଭୀଷଣ ବାତ୍ୟା’ର ରୂପ ନେବା ନେଇ IMD DG କରିଛନ୍ତି ପୂର୍ବାନୁମାନ

ବଳ ଗୋଟାଉଛି, ମାଡିଆସୁଛି ବାତ୍ୟା ମୋନ୍ଥା। ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ। ଗତକାଲି ଅବପାତରେ ପରିଣତ ହେବା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଛି । ଗୋପାଳପୁର ନିକଟରୁ 920 କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପୂର୍ବ କେନ୍ଦ୍ରୀୟ ଆରବ ସାଗର ଦେଇ ପ୍ରାୟ ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । ଆସନ୍ତାକାଲି ସାମୁଦ୍ରିକ ଝଡ଼ବାତ୍ୟା ଓ ୨୮ ତାରିଖରେ ‘ଭୀଷଣ ବାତ୍ୟା’ର ରୂପ ନେବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି । ଆନ୍ଧ୍ରପ୍ରଦେଶ ଉପକୂଳ କଳିଙ୍ଗପଟ୍ଟନମ୍ ଓ ମଚ୍ଛଲିପଟ୍ଟନମ୍ ମଧ୍ୟରେ କାକିନାଡ଼ା ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ।
୨୮ ସନ୍ଧ୍ୟା ଓ ରାତ୍ରି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ରହିବ ଘଣ୍ଚା ପ୍ରତି 90ରୁ 100 କିଲୋମିଟର । ଝଟକାରେ ପବନର ବେଗ ରହିବ 110 କିଲୋମିଟର । ୨୮ ତାରିଖ ସନ୍ଧ୍ୟାରୁ ୨୯ ସକାଳ ମଧ୍ୟରେ ବେଶୀ ପ୍ରଭାବ ରହିବ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ବାତ୍ୟାକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ୨୭ରୁ ୨୯ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ପାଇଁ ଓ ୨୮ ଓ ୨୯ ତାରିଖ ଓଡ଼ିଶାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।
ଆଉ ଇଏ ହେଉଛି କଳିଙ୍ଗପଟନମର ଦୃଶ୍ୟ । ୟମନ ନଦୀ ଓ ସମୁଦ୍ରର ମୁହାଣ ସ୍ଥଳ । କୋଷ୍ଟଗାର୍ଡମାନେ ପାଟ୍ରୋଲିଂ କରୁଛନ୍ତି । ଆକାଶମାର୍ଗରେ ହେଲିକପ୍ଟରରେ ପାଟ୍ରୋଲିଂ କରାଯାଉଛି । ପର୍ଯ୍ୟଟକମାନଙ୍କୁ ସତର୍କ କରାଯାଉଛି ସମୁଦ୍ରକୁ ନଯିବା ପାଇଁ । ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଫେରିଆସିବା ପାଇଁ କୁହାଯାଉଛି । ପୂର୍ବରୁ ଅର୍ଥାତ 2018ରୁ ଏ ପର୍ଯ୍ୟନ୍ତ ଏହି ଅଂଚଳରେ ବାତ୍ୟା 5ଥର ମାଡ଼ ହୋଇଛି । ଆମ ପ୍ରତିନିଧି ମନୋଜ ଦାସ ସେଠାରେ ସ୍ଥିତି ପରିଖିଛନ୍ତି ।
ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ପର୍ଯ୍ୟନ୍ତ ପବନ ବହିବ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି ବର୍ଷା ହେବାର ସମ୍ଭାବନା ଅଛି । ତେବେ ଖାଲୁଆ ଅଂଚଳ ଜଳମଗ୍ନ ହେବ । ଏବଂ ପାହାଡିଆ ଅଂଚଳ ହୋଇଥିବାରୁ ଲ୍ୟାଣ୍ଡସ୍ଲାଇଡ ହେବାର ସମ୍ଭାବନା ଥିବା ସତର୍କ କରାଇଛନ୍ତି ଆଇଏମଡି ଡିଜି । ତେବେ ଓଡ଼ିଶା ଉପକୂଳ ଅଶାନ୍ତ ରହୁଥିବାରୁ ସମୁଦ୍ରକୁ ମତ୍ୟଜୀବୀମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories