Videos
|
Odisha

ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

Key Points

ଅସୁରକ୍ଷିତ ଅଙ୍ଗନବାଡି
ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର
ଭଙ୍ଗା ବାରଣ୍ଡାରେ ପାଠପଢା
ମୟୂରଭଞ୍ଜ କୋଇଲାରିରେ ଦିଗହରା ପ୍ରାକଶିକ୍ଷା
ଟଙ୍କା ଆସିଛି, କାମ ହେଉନି

ପ୍ରାକ୍ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । କାନ୍ଥ ଫାଟି ଆଁ କରିଛି, ଭିତରେ ପଶିଲେ ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖାଯାଉଛି l ଭୁଶୁଡିବା ଭୟରେ ଘରର ସ୍ଥାନେସ୍ଥାନେ ଗଛର ଟେକ ଦିଆଯାଇଛି l ଆଉ ବାହାରୁ କୋଠାର ଅବସ୍ଥା ଏମିତି, ଘର ଛାତ ଓ କାନ୍ଥରେ ଗଛ ଉଠି ଭୂତ କୋଠୀର ଭ୍ରମ ସୃଷ୍ଟି କରୁଛି। ଆଉ ଏଇ ପରିତ୍ୟକ୍ତ ଘରେ ଗଢା ହେଉଛି ଦେଶର ଭବିଶ୍ୟତ।

ନବରଙ୍ଗପୁର ଡାବୁଗାଁ ବ୍ଲକ ଅନ୍ତର୍ଗତ କୋଇଲାରି ଅଙ୍ଗନୱାଡି କେନ୍ଦ୍ରର l ଯେଉଁଠି ବିପଦ ସଙ୍କୁଳ କୋଠାରେ ପିଲାଙ୍କୁ ଶିକ୍ଷାଦାନ ଦିଆ ଯାଉଛି। ୬ ବର୍ଷ ତଳେ ଏଠାରେ ଏକ ନୂତନ ଅଙ୍ଗନୱାଡ଼ି କୋଠା କାମ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକେ ଆଶା ବାନ୍ଧିଥିଲେ କୋଠା କାର୍ଯ୍ୟ ସମ୍ପୂର୍ଣ ହେଲେ ପିଲା ନୂତନ କୋଠାରେ ପ୍ରାକ୍ ଶିକ୍ଷା ଗ୍ରହଣ କରିବେ । ମାତ୍ର ୬ ବର୍ଷ ବିତି ଯାଇଥିଲେ ଶୁଦ୍ଧା କୋଠା ତିଆରି ସରିନି। ଫଳରେ ପୁରୁଣା କୋଠାରେ ଚାଲିଛି ପାଠପଢା। ଏହି ଭଙ୍ଗା ଦଦରା ଘରେ ଅଭିଭାବକ ପିଲାଙ୍କୁ ପଠେଇବା ପାଇଁ ଡରୁଛନ୍ତି l


କୋଇଲାରି ଅଙ୍ଗନୱାଡି କେନ୍ଦ୍ରରେ ୨୨ ପିଲା ପ୍ରାକ୍ ଶିକ୍ଷା ଗ୍ରହଣ କରୁଥିବା ବେଳେ ଭଙ୍ଗା ଘର ପାଇଁ ଅଧାରୁ ଅଧିକ ପିଲାଙ୍କ ଅବିଭାବକ ଭୟଭୀତ ହୋଇ ପିଲାଙ୍କୁ ସ୍କୁଲ ଛାଡୁ ନାହାନ୍ତି। ଏହି କୋଠା ନିର୍ମାଣ ଶେଷ ହେଲେ ପିଲାଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି ମିଳିବା ସହ ସୁରକ୍ଷିତ ପରିବେଶ ମିଳିପାରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
anganwadi-centre-are-operating-in-precarious-conditions | Argus News