Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଙ୍ଗନଓ୍ୱାଡି କେନ୍ଦ୍ରରେ ପାଣିର ସୁବିଧା ବି ନାହିଁ

Odisha

ଅଙ୍ଗନଓ୍ୱାଡି କେନ୍ଦ୍ରରେ ପାଣିର ସୁବିଧା ବି ନାହିଁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅଙ୍ଗନଓ୍ୱାଡି କେନ୍ଦ୍ରରେ ପାଣିର ସୁବିଧା ବି ନାହିଁ

ଅର୍ଗସ ବ୍ୟୁରୋ:  ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର... ରଙ୍ଗବେରଙ୍ଗ କାନ୍ଥ, ଚକାଚକ ପାଚେରୀ ... ଆଉ ପାଚେରୀରେ କାର୍ଟୁନ୍ ଚିତ୍ର... କିନ୍ତୁ କେନ୍ଦ୍ର କୁ ଯିବା ପାଇଁ ରାସ୍ତା ନାହିଁ କି ପିଇବାକୁ ପାଣି ନାହିଁ। କାଦୁଅରେ ପଶି ବିଲ ରାସ୍ତାରେ କେନ୍ଦ୍ରକୁ ଯାଉଛନ୍ତି କୁନି କୁନି ପିଲା। ଆଉ ଏଭଳି ଚିତ୍ର ଆସିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ଗ୍ରାମପଞ୍ଚାୟତ ସ୍ଥିତ କୁମ୍ଭାରସାହି ଅଙ୍ଗନୱାଡ଼ି କେନ୍ଦ୍ରରୁ..ରାଜ୍ୟ ରାଜପଥ ଠାରୁ ମାତ୍ର 5 ଶହ ମିଟର ଦୂରରେ ଅବସ୍ଥିତ ଏହି "ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର" ...କିନ୍ତୁ ରାସ୍ତା ସମସ୍ୟା ପାଇଁ ଅଭିଭାବକ ମାନେ ନିଜେ କୁନି କୁନି ପିଲାଙ୍କୁ କେନ୍ଦ୍ର କୁ ନେବା ଆଣିବା କରୁଛନ୍ତି। ଏପଟେ କେନ୍ଦ୍ରରେ ପାଣିର ସୁବିଧା ବି ନାହିଁ ...ପାଚିକା ଗାଁ ନଳକୂଅ ରୁ ପାଣି ସଂଗ୍ରହ କରି ରୋଷେଇ, ଧୁଆ, ମଜା କରନ୍ତି।

ନିର୍ମାଣର ଦୀର୍ଘ 2 ବର୍ଷ ରୁ ଉର୍ଦ୍ଧ ହେଲାଣି ଏହି ଅଙ୍ଗନୱାଡି କେନ୍ଦ୍ର... ତଥାପି ପ୍ରଶାସନ, କେନ୍ଦ୍ରକୁ ରାସ୍ତା ନିର୍ମାଣ ହେଉ କି ପାନୀୟ ଜଳର ବ୍ୟବସ୍ଥା , ଏସବୁ କରିବାରେ ବିଫଳ ...ଅବସ୍ଥା ଏଭଳି ହେଲାଣି ଯେ ରାସ୍ତା ନ ଥିବା ଯୋଗୁଁ ପିଲା ଙ୍କ ଉପସ୍ଥାପନ ମଧ୍ୟ କମିବାରେ ଲାଗିଛି। ତେବେ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରର ସ୍ଥିତି ଯଦି ଏଭଳି ତେବେ ସାଧାରଣ କେନ୍ଦ୍ରର ସ୍ଥିତି କିଭଳି ଥିବ ତାହା ସହଜେ ଅନୁମେୟ କରିହେଉଛି। ତେବେ ଏ ସମସ୍ୟା ବାବଦରେ ସିଡ଼ିପିଓଙ୍କୁ ଯୋଗାଯୋଗ କରିବାରୁ ସେ " ରାସ୍ତା ନିର୍ମାଣ ଦିଗରେ ଆମ୍ବାଡସି,ପାନୀୟଜଳ ପାଇଁ RWSS ଯନ୍ତ୍ରୀଙ୍କୁ କହିଥିବା ନେଇ ପ୍ରକାଶ କରିଛନ୍ତି।

ସ୍ଥାନୀୟ ପ୍ରଶାସନର ଉଦାସୀନତା ହେଉ କି ଅପାରଗତା ଯାହା ପାଇଁ ୨ ବର୍ଷ ବିତିଗଲା କିନ୍ତୁ ଅଙ୍ଗନୱାଡି କେନ୍ଦ୍ରକୁ ଯିବା ପାଇଁ ରାସ୍ତାଟିଏ ନିର୍ମାଣ ହୋଇପାରିଲାନି... ତେବେ ଆଗକୁ କୁନି କୁନି ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି  ପାନୀୟ ଜଳର ଶୀଘ୍ର ସୁବନ୍ଦୋବସ୍ତ ଏବଂ ରାସ୍ତା ନିର୍ମାଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ନେଇ ସମସ୍ତେ ଆଶାବାଦୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Anganwadi centres does not even have water facility | Argus News