ଯାଜପୁରରେ ଆସନ୍ତା ୨୪ ତାରିଖ ଯାଏଁ ଅଙ୍ଗନବାଡ଼ି,ସ୍କୁଲ ବନ୍ଦ

Key Points
ଯାଜପୁରରେ ଆସନ୍ତା ୨୪ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ
ଜିଲ୍ଲାରେ ଝାଡ଼ାବାନ୍ତି ବଢୁଥିବାରୁ ପ୍ରଶାସନର ନିଷ୍ପତ୍ତି
ବିଦ୍ୟାଳୟ ସହ ଅଙ୍ଗନବାଡ଼ି କେନ୍ଦ୍ର ବି ରହିବ ବନ୍ଦ
ରାଜ୍ୟର ବିଭିନ୍ନ ଜିଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳରେ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ଡାଇରିଆ ସ୍ଥିତି ଅଣାୟତ ଯୋଗୁଁ ସ୍କୁଲ ବନ୍ଦ ରହିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିଥାନ୍ତା। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା
କିନ୍ତୁ ଯାଜପୁର ଜିଲ୍ଲାରେ ଝାଡା ବାନ୍ତି ବଢୁଥିବାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ତାରିଖ ଯାଏଁ ସମସ୍ତ ସ୍କୁଲ ବନ୍ଦ ରହିବ । ଯାଜପୁର ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର । ଯାଜପୁର ଜିଲ୍ଲାରେ ଝାଡା ବାନ୍ତି ବଢୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି