Birth Certificate Scam / ଜନ୍ମ ତାରିଖକୁ ନେଇ ଜାଲିଆତି , ଚାକିରିରୁ ବିଦା ହେଲେ ଅଙ୍ଗନବାଡି ଦିଦି

Key Points
ଭିନ୍ନ ଭିନ୍ନ ଜନ୍ମତାରିଖ ପାଇଁ ଅଙ୍ଗନବାଡ଼ି ଦିଦି ଚାକିରିରୁ ବିଦା
କପ୍ତିପଦା ଦେବାନବାହାଳି-୨ ଅଙ୍ଗନବାଡ଼ି ଦିଦି ସୁମି ସିଂ ଶମ୍ବୁରାଇ ବହିଷ୍କୃତ
୪ଟି ଭିନ୍ନ ଭିନ୍ନ ଜନ୍ମତାରିଖ ଦର୍ଶାଇଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ
ଜଣେ ମଣିଷ , ହେଲେ ୪ ଟି ଜନ୍ମ ତାରିଖ । ବିଭିନ୍ନ ସ୍ଥାନରେ ରଖିଥିଲେ, ଭିନ୍ନ ଭିନ୍ନ ଜନ୍ମ ତାରିଖ । ଯେଉଁ ଜନ୍ମ ତାରିଖ ତାଙ୍କୁ ମହଙ୍ଗା ପଡିଥିଲା, ଆଉ ଶେଷରେ ଚାକିରିରୁ ବିଦା ହୋଇଛନ୍ତି ଦିଦି ।
କପ୍ତିପଦା ବ୍ଲକ ଦେବାନବାହାଳୀ - ୨ ଅଙ୍ଗନବାଡିର ଅଙ୍ଗନବାଡି କର୍ମୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଏପରି ବଡ ଆକ୍ସନ ନେଇଛି ଜିଲ୍ଲା ସମାଜ କଲ୍ୟାଣ ବିଭାଗ । ଅଙ୍ଗନବାଡି କର୍ମୀ ସୁମି ଶିଂ ଶମ୍ବୁରାଇ ନିଜ ଜନ୍ମ ତାରିଖରେ ଜାଲିଆତି କରି ଚାକିରି ହାତେଇଥିଲେ ।
୨୦୨୨ ମସିହାରୁ ଦେବାନବାହାଳୀ - ୨ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇଥିଲେ । ହେଲେ ତାଙ୍କର ଜନ୍ମ ତାରିଖକୁ ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଖୋଳତାଡ ଆରମ୍ଭ ହୋଇଥିଲା । ତଦନ୍ତରୁ ଜଣା ପଡିଥିଲା, ଯେ ସୁମିଙ୍କର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଜନ୍ମ ତାରିଖ ରହିଛି ।
ସୁମିଙ୍କ ଅଙ୍ଗନବାଡିରେ ତାଙ୍କର ଜନ୍ମ ୧୯୯୫ ମସିହା ଥିବା ବେଳେ ସ୍କୁଲ ସାର୍ଟିଫିକେଟରେ ୧୯୯୯ ମସିହା ଏବଂ ହାଇସ୍କୁଲରେ ୨୦୦୦ ମସିହା ରହିଛି । ଯାହାକୁ ନେଇ ତାଙ୍କୁ ଚାକିରିରୁ ବିଦା କରାଯାଇଛି ।
📱 Get Argus News App
✨Related Topics
Explore more stories