ଅନୁଗୁଳରେ ଯବାନ ଗାଡ଼ି ଦୁର୍ଘଟଣା: ୧୦ ଜଣ ଯବାନ ଆହତ
·11 months ago

Key Points
ଅନୁଗୁଳରେ ଯବାନ ଗାଡ଼ି ଦୁର୍ଘଟଣାଗ୍ରସ୍ତ
୧୦ ଜଣ ଯବାନ ଆହତ
୫୫ ନଂ ଜାତୀୟ ରାଜପଥ ମୁଣ୍ଡାସାହିଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା
ଅନୁଗୁଳରେ ଯବାନଙ୍କ ଗାଡ଼ି ଦୁର୍ଘଟଣା । ଅନୁଗୁଳ ୫୫ ନଂ ଜାତୀୟ ରାଜପଥ ମୁଣ୍ଡାସାହିଠାରେ ଦୁର୍ଘଟଣାରେ ୧୦ ଜଣ ଯବାନ ଆହତ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା। ରାତିରେ ୧୩ ଜଣ ଜବାନଙ୍କୁ ନେଇ ଏକ ଭ୍ୟାନ୍ ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଜରପଡା ଥାନା ମୁଣ୍ଡାସାହି ଠାରେ ଏକ ଟ୍ରକ ପଛରେ ଧକ୍କା ଦେଇଥିଲା । ଫଳରେ ସେଥିରେ ଥିବା ଜବାନ ମାନେ ଆହତ ହୋଇଥିଲେ।
ଆହତମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୫ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: