Videos
|
Odisha

Crime In Odisha / ଜଙ୍ଗଲକୁ ନେଇ ଦୁଇ ନାବାଳକ ପୁଅଙ୍କୁ ବାପା ପିଆଇ ଦେଲା ବିଷ, ଅବସ୍ଥା ସଂକଟାପନ୍ନ

Sushanta Sahoo
Browse all articles by Sushanta Sahoo
·10 months ago·1 min read
ଜଙ୍ଗଲକୁ ନେଇ ଦୁଇ ନାବାଳକ ପୁଅଙ୍କୁ ବାପା ପିଆଇ ଦେଲା ବିଷ, ଅବସ୍ଥା ସଂକଟାପନ୍ନ

Key Points

ଜଙ୍ଗଲକୁ ନେଇ ଛୁଆଙ୍କୁ ଦେଇ ଦେଲା ବିଷ । ପାରିବାରିକ କଳହକୁ ନେଇ ଏଭଳି କାଣ୍ଡ ଭିଆଇଛି ବାପା । ଦୁଇ ନାବାଳକ ପୁଅକୁ ନିଛାଟିଆ ଜଙ୍ଗଲରେ ବିଷ ଦେଇ ପଳାଇବାକୁ ଉଦ୍ୟମ ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଛି ବାପା ।

ଅନୁଗୁଳ: ବାପା ସାଜିଲା ସୈତାନ୍ । ଜଙ୍ଗଲକୁ ନେଇ ଛୁଆଙ୍କୁ ଦେଇ ଦେଲା ବିଷ । ପାରିବାରିକ କଳହକୁ ନେଇ ଏଭଳି କାଣ୍ଡ ଭିଆଇଛି ବାପା । ଦୁଇ ନାବାଳକ ପୁଅକୁ ନିଛାଟିଆ ଜଙ୍ଗଲରେ ବିଷ ଦେଇ ପଳାଇବାକୁ ଉଦ୍ୟମ ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଛି ବାପା । ଆଉ ଦୁଇ ଛୁଆଙ୍କୁ ନିଜେ ବିଷ ପିଆଇ ଦେଇଥିବା କଥା ବି ମାନିଛି ।


ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଦୁଇ ଛୁଆ ଶୁକ୍ରବାର ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ । ସୈତାନ୍ ବାପା ବିଦ୍ୟାଳୟରୁ ଦୁଇ ଛୁଆଙ୍କୁ ନେଇ ଆସିଥିଲା । ଆଉ ଘରଠୁ ଦୂର ବନ୍ତଳା ଥାନା ନୂଆକ୍ଷେତା ଜଙ୍ଗଲରୁ ନେଇ ଯାଇଥିଲା ।


ନିଛାଟିଆ ଜଙ୍ଗଲରେ ଦୁଇ ଛୁଆଙ୍କୁ ଏକାନ୍ତରେ ବିଷ ପିଆଇ ଦେଇଥିଲା । ବଡ଼ ପୁଅର ବୟସ ୧୨ ବର୍ଷ ହୋଇଥିବା ବେଳେ ସାନକୁ ୮ ବର୍ଷ । ସ୍ଥାନୀୟ ଲୋକ ଦୁଇ ଭାଇଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନା ଅନୁସାରେ, ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁରେ ଦୁଇ ଭାଇଙ୍କ ଘର । ପାରିବାରିକ କଳହକୁ ନେଇ ବାପା କାଳୀ ଚରଣ ଦୁଇ ପୁଅଙ୍କୁ ବିଷ ପିଆଇ ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଦୁଇ ନାବାଳକ ପୁଅକୁ ବାପା କାହିଁକି ବିଷ ପିଆଇଲା ତାହା ସ୍ପଷ୍ଟ ହୋଇ ନାହିଁ । ତେବେ, ଏ ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି ।

Related Topics

Explore more stories

Crime In Odisha | Angul Shocker: Father Poisons Two Sons in Forest | Argus News | Argus News