|
logo
Live
Argus News App
GET APP

Argus News - ଓଡିଆ ଲୋକ ଗରିବ, ହେଲେ ସରକାର କହୁଛନ୍ତି ସେ ଧନୀ

Odisha

ଓଡିଆ ଲୋକ ଗରିବ, ହେଲେ ସରକାର କହୁଛନ୍ତି ସେ ଧନୀ

Smruti Parija
Browse all articles by Smruti Parija
·2 years ago·2 min read
ଓଡିଆ ଲୋକ ଗରିବ, ହେଲେ ସରକାର କହୁଛନ୍ତି ସେ ଧନୀ

Key Points

  • ମିଛ କହିବାରେ ମାହିର ବିଜେଡି ସରକାର
  • ଓଡ଼ିଆ ଗରିବ, ସରକାର କହୁଛି ଧନୀ
  • ବଳକା ରାଜସ୍ଵ ରାଜ୍ୟ କହି ବାଃ ବାଃ ନେଉଛନ୍ତି ନବୀନ ବାବୁ

ଅର୍ଗସ ବ୍ୟୁରୋ:  ବାଃ ବାଃ ନେବା ଲାଗି ଓଡ଼ିଶା ରାଜସ୍ଵ ବଳକା ରାଜ୍ୟ ଦେଖାଇଦେଲା । ହେଲେ ସତ କଣ ତାହା ସମସ୍ତଙ୍କୁ ଜଣା ।  ଏକ ଘରୋଇ ସଂସ୍ଥା ଦ୍ବାରା 2021-22 ଆର୍ଥିକ ବର୍ଷରେ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶାକୁ ଏକ ରାଜସ୍ବ ବଳକା ରାଜ୍ୟ ଭାବେ ଦର୍ଶାଯାଇଛି । ଯାହାକୁ ନେଇ ବିଜେଡି ସାଂସଦ ଓ ନେତା ଟ୍ବିଟ୍ କରି ଏହାକୁ 23 ବର୍ଷ ସ୍ଥିର ଶାସନର ସଫଳତା ବୋଲି ଡିଣ୍ଡିମ ପିଟୁଛନ୍ତି । ଆଉ ଏ ସରକାର କେମିତି ବାଃ ବାଃ ନେଉଛନ୍ତି ତାହାର ଭାଣ୍ଡାଫୋଡ୍‌ କରିଛନ୍ତି ବିଜେପି ନେତା ଅନୀଲ ବିଶ୍ଵାଳ ।

ଓଡିଶାର ମୁଣ୍ଡ ପିଛା ଆୟ ଆଜି ଦେଶରେ 22 ନମ୍ବର ସ୍ଥାନରେ l କିନ୍ତୁ ସରକାର କହୁଛନ୍ତି ଯେ ସରକାର ବଳକା ବଜେଟରେ ଦେଶରେ ଏକ ନମ୍ବର । ଏହାର ଅର୍ଥ ହେଉଛି ଯେ ଓଡିଆ ଲୋକ ଗରିବ, ସରକାର ଧନୀ । ଯେଉଁ ରାଜ୍ୟରେ ରାଜା ଧନୀ ହୁଏ ଆଉ ପ୍ରଜା ଗରିବ ହୁଏ, ସେଠାରେ ରାଜା ଉତ୍ପୀଡ଼ନ କରୁଛନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛନ୍ତି ଅନିଲ । ବଜେଟରେ ସାମାଜିକ କଲ୍ୟାଣ ପାଇଁ, ଗରିବ ଲୋକଙ୍କ ବିକାଶ ପାଇଁ ଆବଣ୍ଟିତ ଥିବା ଅର୍ଥକୁ ସରକାର ଜାଣିଶୁଣି ବର୍ଷ ପରେ ବର୍ଷ ଖର୍ଚ୍ଚ ନକରି ନିଜକୁ ଏକ ବଳକା ରାଜ୍ୟ ଭାବରେ ଦେଖାଇ ଗର୍ବ କରିବା ଏକ Welfare State ର ଲକ୍ଷଣ ହୋଇପାରେ କି ବୋଲି ସେ ପ୍ରଶ୍ନ କରିଛନ୍ତି ? 

ଆଜି ଏକ ବଳକା ରାଜ୍ୟ କାହିଁକି ଗରିବୀରେ ଏକ ନମ୍ବର ବୋଲି ପ୍ରଶ୍ନ କରି ସରକାରଙ୍କ ଡିଣ୍ଡିମର ପୋଲ୍ ଖୋଲିଛନ୍ତି ଅନିଲ୍ । ଖଣିରୁ ଆସୁଥିବା ରାଜସ୍ବ ରାଜ୍ୟ ଅର୍ଥନୀତିରେ ସିଂହଭାଗ ଭୂମିକା ନିଭାଉଥିବା ବେଳେ ଏହା ଭଗବାନ ପ୍ରଦତ୍ତ ଏବଂ କେନ୍ଦ୍ରୀୟ ଯୋଜନାର ସଫଳ କ୍ରୀୟାନ୍ବୟନର ପ୍ରତିଫଳ । ହେଲେ ରାଜ୍ୟ ସରକାରଙ୍କ ଅପାରଗତାରୁ ଏଠି ଚାଷୀ ହତାଶ୍, ଯୁବକ ନିରାଶ କହି ବର୍ଷିଛି ବିଜେପି । ରାଜ୍ୟରେ ସରକାରଙ୍କ ଆୟୁ ଯେତିକି ବଢିଚାଲିଛି ଚାଷୀଙ୍କ ଆୟୁ ସେତିକି କମୁଛି ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି  ବିଜେପି ନେତା ରମା ବଳିୟାର ସିଂ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
ଓଡିଆ ଲୋକ ଗରିବ, ହେଲେ ସରକାର କହୁଛନ୍ତି ସେ ଧନୀ | Argus News