Videos
|
Odisha

ଅନିଲ ହଂସିତା ଗିରଫ ମାମଲା: ୧୮ରେ ଶୁଣାଣି କରିବେ କୋର୍ଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅନିଲ ହଂସିତା ଗିରଫ ମାମଲା: ୧୮ରେ ଶୁଣାଣି କରିବେ କୋର୍ଟ

ଅର୍ଗସ ବ୍ୟୁରୋ:  ରାଜଧାନୀରୁ ହାଇ ପ୍ରୋଫାଇଲ ଠକ ଦମ୍ପତି ଅନିଲ ହଂସିତା ଗିରଫ ମାମଲା । ଆସନ୍ତା 18ତାରିଖରେ ହେବ ଉଭୟଙ୍କ ଜାମିନ ଆବେଦନର ଶୁଣାଣି। ADJ କୋର୍ଟ -2ରେ ଠକ ଦମ୍ପତ୍ତିଙ୍କ ଶୁଣାଣି ହେବ । ଆଜି ହଂସିତାଙ୍କ ଅନ୍ତରିଣ ଜାମିନ ପାଇଁ କୋର୍ଟରେ ଆବେଦନ କରିଛନ୍ତି ହଂସିତାଙ୍କ ଓକିଲ। ହଂସିତାଙ୍କ ଭାଇଙ୍କ ଦେହ ଅସୁସ୍ଥ ଥିବା ଦର୍ଶାଇ ଆବେଦନ କରାଯାଇଛି। ସେପଟେ ହଂସିତା ଏବଂ ଅନିଲଙ୍କୁ ଝାରପଡା ଜେଲରେ ଜେରା କରିବ ଆୟକର ବିଭାଗ। ଉଭୟ ଜେଲରେ ଥିବାବେଳେ ଗୁରୁବାର ଜାମିନ ଆବେଦନର ଶୁଣାଣି କରିବେ ଏଡିଜେ-୨ କୋର୍ଟ ।

ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍‌ ପୋଲିସ ହାତରେ ବନ୍ଧା ହୋଇଥିଲେ ହଂସିତା ଏବଂ ତାଙ୍କ ସହଯୋଗୀ । ତେବେ ହଂସିତା ଗିରଫ ପରେ ଅନେକ ଗୁମର ଖୋଲିଥିଲା । ସେପଟେ କମିଶନରେଟ୍‌ ପୋଲିସ ହାତରେ ଗିରଫ ହୋଇଥିବା ହଂସିତା ଓ ଅନୀଲଙ୍କ କଳା ସାମ୍ରାଜ୍ୟର ତଦନ୍ତ ଭାର ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ ବୋଲି ସୂଚନା ମିଳିଛି । ଉଭୟଙ୍କ ସମ୍ପତ୍ତି ପରିମାଣ ଦେଖି ଆର୍ଥିକ କାରବାର ଓ କଳାଧନର ଉତ୍ସ ଖୋଜିବାକୁ ଇଡି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଅନୀଲ ଓ ହଂସିତାଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର କମିଶନରେଟ ପୋଲିସ ଓ ଆୟକର ବିଭାଗ ଠାରୁ ସଂଗ୍ରହ କରିଛି ଇଡି।

ଏପରିକି ଲଗାତର ୪ ଦିନ ଧରି ଆୟକର ବିଭାଗ ଏବଂ ପୋଲିସ ହଂସିତା ଏବଂ ଅନିଲଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲେ । ଏହି ଚଢାଉରେ ପୋଲିସ ଏବଂ ଆୟକର ବିଭାଗ ଟିମ୍‌କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Anil Hansita arrest case: Court to hear on 18th | Argus News