ଦୁର୍ଘଟଣାରେ ଗୋଡ଼ ହରାଇଥିବା ଅନିଲ ପାଇଲେ ଇଲେକ୍ଟ୍ରି ଟ୍ରାଇ ସାଇକେଲ

ଦୁର୍ଘଟଣାରେ ଗୋଡ଼ ହରାଇଥିବା ଅନିଲ ମହାନନ୍ଦ ପାଇଲେ ଇଲେକ୍ଟ୍ରି ଟ୍ରାଇ ସାଇକେଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିବେଦନ ପରେ ଏହି ସାଇକେଲ ପାଇଛନ୍ତି ରେଢ଼ାଖୋଲ ଏନଏସି ର ଦୁଇ ନମ୍ବର ୱାର୍ଡ ର ବାସିନ୍ଦା ଅନିଲ ମହାନନ୍ଦ । 2014 ମସିହାରେ ଏକ ଦୁର୍ଘଟଣାରେ ନିଜର ଦୁଇଟି ଗୋଡ଼ ହରାଇଥିଲେ ଅନିଲ । ଏହାପରେ ବିଭିନ୍ନ ସ୍ଥାନକୁ ଯିବା ଆସିବା ପାଇଁ ଇଲେକ୍ଟ୍ରି ସାଇକେଲ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜର ଗୁହାରୀ ଜଣାଇଥିଲେ । ତେବେ ତାଙ୍କୁ ସାଇକେଲ ପ୍ରଦାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
ତେବେ ସାଇକେଲ ପାଇ ଅନିଲ ନିଜର ହରାଇଥିବା ଗୋଡ଼ ପାଇବା ଭଳି ଲାଗିଥିବା କହିଥିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମହାନତା। କଥା ଦେଇ କଥା ରହିଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।