ଶିକାର, ଖାଦ୍ୟ ଓ ପାଣି ଅଭାବରୁ ଜନ ବସତି ମୁହାଁ ଜଙ୍ଗଲି ଜନ୍ତୁ

କଟକ: ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଛି ଜଙ୍ଗଲ । ଶିକାର, ଖାଦ୍ୟ ଓ ପାଣି ଅଭାବରୁ ଜନ ବସତି ମୁହାଁ ହେଉଛନ୍ତି ଜଙ୍ଗଲି ଜନ୍ତୁ । ମଣିଷ-ଜନ୍ତୁ ଲଢ଼େଇରେ କେତେବେଳେ ମଣିଷର ଜୀବନ ଯାଉଛି ତ କେତେବେଳେ ଜଙ୍ଗଲ ଜନ୍ତୁଙ୍କ ମୃତ୍ୟୁ ହେଉଛି । ଗୋଟିଏ ଦିନରେ ରାଜ୍ୟର ୩ଟି ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । କଟକ ବଡ଼ମ୍ବା କୁଆଁରପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଫସଲ ସୁରକ୍ଷା ପାଇଁ ହାତୀ ଘଉଡ଼ାଇବା ବେଳେ କୁଆଁରପାଳ ଗାଁର ସଞ୍ଜୟ ପ୍ରଧାନଙ୍କୁ ଦଳି ମାରିଛି ଦନ୍ତା ।
ଗୁଲୁଗୁଲା ହେଲା କାଳ, ଅଣନିଶ୍ୱାସୀ ହେବା ସହ ଚାଲିଗଲା ଯୁବକଙ୍କ ଜୀବନ
ମଙ୍ଗଳବାର ମଧ୍ୟ ହାତୀ ଆକ୍ରମଣରେ ଅଭିମାନପୁର ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସେହିପରି କଳାହାଣ୍ଡି ଆମପାଣି ବନାଞ୍ଚଳ ବରାଡ଼ଙ୍ଗା ଗାଁରେ ଆତଙ୍କ ଖେଳାଇଛି ଭାଲୁ । ନାଟକ ଦେଖି ଘରକୁ ଫେରୁଥିବାବେଳେ ସକାଳେ ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ପାତ୍ରବସା ଗାଁର ଭବାନୀ ବାଗ । ମୟୂରଭଞ୍ଜ ଡୁକୁରା ରେଞ୍ଜ କୁସୁଗଡିଆ ଗାଁରେ ମଧ୍ୟ ଜନବସତି ମୁହାଁ ଜନ୍ତୁ । ଖାଦ୍ୟ ଅନ୍ବେଶଣରେ ଆସି ଘରେ ପଶିଲା ସମ୍ବର । ଗାଁରୁ ସମ୍ବରକୁ ଉଦ୍ଧାର କରିଛି ବନ ବିଭାଗ । ଶିମିଳିପାଳ ଅଭୟାରଣ୍ୟରେ ମାଙ୍କଡ଼ା ପଥର ଏବଂ କଳା ପଥର ପାଇଁ ବ୍ଲାଷ୍ଟିଙ୍ଗ୍ ହେଉଥିବାରୁ ଜଙ୍ଗଲି ଜନ୍ତୁ ଜନବସତି ମୁହାଁ ହେଉଥିବା ଅଭିଯୋଗ ହୋଇଛି ।