Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ମିଳିଲା ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

Smruti Parija
Browse all articles by Smruti Parija
·10 months ago·1 min read
ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ମିଳିଲା ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

Key Points

ଅନିମେଶ କୁଜୁରଙ୍କୁ ମିଳିଲା ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ରାଖାଲ କୁମାର ସେଠୀ ଶ୍ରେଷ୍ଠ ପାରା ଆଥଲେଟ

ଚେସ୍‌ ଖେଳାଳି ସାତ୍ତ୍ବିକ ସ୍ବାଇଁ ଶ୍ରେଷ୍ଠ ଉଦୀୟମାନ ଖେଳାଳି

ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ମିଳିଲା ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟି । ସେହିପରି ରାଖାଲ କୁମାର ସେଠୀ ଶ୍ରେଷ୍ଠ ପାରା ଆଥଲେଟ ଭାବେ ପୁରସ୍କୃତ ହୋଇଛନ୍ତି ।


ଏହାସହ ଅନ୍ତର୍ଜାତୀୟ ହ୍ବିଲଚେୟାର ଫେନସର ରାଖାଲ କୁମାର ସେଠୀ,ଚେସ୍‌ ଖେଳାଳି ସାତ୍ତ୍ବିକ ସ୍ବାଇଁ ଶ୍ରେଷ୍ଠ ଉଦୀୟମାନ ଖେଳାଳି,୯ ବର୍ଷରୁ କମ ବୟସ ବର୍ଗରେ ୨ ଥର ବିଶ୍ୱ ପଦକ ବିଜେତା ସାତ୍ତ୍ବିକ ସ୍ବାଇଁ, ଜୁଡୋ ପ୍ରଶିକ୍ଷକ ସୁଷମା ନନ୍ଦ ଶ୍ରେଷ୍ଠ କୋଚ୍‌ ଭାବେ ପୁରସ୍କୃତ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୂର୍ବତନ ଭାରୋତ୍ତୋଳକ ବିଜୟ ଶତପଥୀଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ମିଳିଛି । ବିମଳ କୁମାର ରାଉଳ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ସମ୍ମାନିତ ହୋଇଛନ୍ତି । ଚିତ୍ତରଞ୍ଜନ ପ୍ରଧାନ, ଜୀବନ ବେହେରାଙ୍କୁ ସାହାସିକତା ପୁରସ୍କାର ମିଳିଛି । ଆଜି ଜାତୀୟ ଖେଳ ଦିବସ ଅବସରରେ ଶ୍ରେଷ୍ଠ ବିବେଚିତ ଏହି ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଛି ।  


Sponsored
animesh-kujur-receives-prestigious-biju-patnaik-sports-award-argus-news | Argus News