Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁମୁରି କାନ୍ଦୁଛି ରଙ୍ଗ ମଞ୍ଚ, ଖୋଜୁଛି ନିଜ ପରିଚୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଗୁମୁରି କାନ୍ଦୁଛି ରଙ୍ଗ ମଞ୍ଚ, ଖୋଜୁଛି ନିଜ ପରିଚୟ

ଚରମ ଅବହେଳାର ଶିକାର ଓଡ଼ିଆ ମଞ୍ଚ ନାଟକର ଅନ୍ତୁଡ଼ିଶାଳ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ । ଏଠାରେ ଆଉ ଶୁଭୁନି କଳାକାରଙ୍କ କୋଳାହଳ । କାନ୍ଦୁଛି କଳାର ମଞ୍ଚ, ବିଶ୍ଵନାଟ୍ୟ ଦିବସରେ ଝୁରିଲେ କଳାକାର । ମୁଖଶାଳାରେ ରଙ୍ଗ ବୋଳିଦେଇ ଚୁପ୍ ବସିଯାଇଥିଲେ ତତ୍କାଳୀନ ସରକାର । ଗତକାଲି ମାର୍ଚ୍ଚ ୨୭ ତାରିଖରେ ପାଳିତ ହୋଇଥିଲା ବିଶ୍ୱ ନାଟ୍ୟ ଦିବସ । ବିଭିନ୍ନ ସ୍ଥାନରେ ମଞ୍ଚ ନାଟକର ହୋଇଥିଲା ଜୟଜୟକାର। ନାଟକକୁ ପୁନର୍ଜୀବିତ କରିବା ପାଇଁ ବିଭିନ୍ନ ପ୍ରୟାସ ଦଖିବାକୁ ମିଳିଥିଲା। କହିବକୁ ଗଲେ ନାଟ୍ୟପ୍ରେମୀ ଓ କଳାକାରଙ୍କ ପାଇଁ ଥିଲା ଖୁସିର ଦିନଟିଏ । ହେଲେ ଏହି ଦିନ ଗୁମୁରି ଗୁମୁରି କାନ୍ଦୁଥିଲା ଓଡ଼ିଆ ମଞ୍ଚ ନାଟକର ଅନ୍ତୁଡ଼ିଶାଳ ପୁରୀର ଅନ୍ନପୂର୍ଣ୍ଣା ଥିଏଟର ।

୧୯୪୪ ମସିହାରୁ ସ୍ଥାପିତ ଏହି ରଙ୍ଗମଞ୍ଚ ୯୧ ବର୍ଷରେ ପାଦଦେଲାଣି । ଯାହାକୁ ଐତିହ୍ୟ ଭାବେ ଯତ୍ନର ସହିତ ସାଇତି ରଖି ତାର ଆହୁରି ଶ୍ରୀବୃଦ୍ଧି କରାଯିବା କଥା ସେହି ମଞ୍ଚ ଏବେ ଖୋଜୁଛି ନିଜର ଅସ୍ତିତ୍ୱ । ପୂର୍ବ ସରକାର ବହୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଅସୁରକ୍ଷିତ କୋଠାରେ ଚାଲିଥିବା ଏହି ରଙ୍ଗମଞ୍ଚର ପୁନଃରୁଦ୍ଧାର ହୋଇପାରିଲା ନାହିଁ । ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଏହାର ମୁଖଶାଳାରେ ରଙ୍ଗ ବୋଳିଦେଇ କାମ ସାରିଦେଇଥିଲେ ତତ୍କାଳୀନ ସରକାର । କଳା, ସଂସ୍କୃତିର ସହରରେ ରଙ୍ଗମଞ୍ଚ ପ୍ରତି ଏ ଅବହେଳା କଳାପ୍ରେମୀଙ୍କୁ କ୍ଷୁବ୍ଧ କରିଛି।

ଅନ୍ନପୂର୍ଣ୍ଣା ମଞ୍ଚ ସୃଷ୍ଟି କରିଥିଲା ଦୁଃଖୀରାମ ସ୍ୱାଇଁ, ଭାନୁମତି ଦେବୀ, ମାଷ୍ଟର ମାଣିଆ, ବ୍ୟୋମକେଶ ତ୍ରିପାଠୀ, ରାମଚନ୍ଦ୍ର ପ୍ରତିହାରୀଙ୍କ ଭଳି ପ୍ରତିଭାବାନ ତଥା ଲୋକପ୍ରିୟ କଳାକାରଙ୍କୁ । ଦିନେ ନିଜ ମୁଣ୍ଡରେ ମାଟି ବୋହି ଏହି ମଞ୍ଚକୁ ଗଢି ତୋଳିଥିଲେ କଳାକାର । ଏବେ କଳାକାରର ଛାତିରେ ଛାତିଏ କୋହ। ଏହି ମଞ୍ଚକୁ ନୂଆ ରୂପ ଦେବା ପାଇଁ ଯୋଜନା ଦୀର୍ଘ ଦଶନ୍ଧି ଧରି ଫେଲ୍ ମାରିଛି । ଅସୁରକ୍ଷିତ କୋଠାକୁ ରକ୍ଷଣା ବେକ୍ଷଣ ନକରି ଏହି ଥିଏଟରକୁ ଉପେକ୍ଷିତ କରାଯାଇଛି । ବିଗତ ବର୍ଷରେ ଏହାକୁ ୪ ତାଲା ବିଶିଷ୍ଟ କରି ଲାଇବ୍ରେରୀ, ରିହରସାଲ ରୁମ୍ ଆଦି ତୋଳିବାକୁ ଚିନ୍ତା କରାଯାଇଥିଲା। ହେଲେ ସରକାରୀ ଉଦାସୀନତା ଯୋଗୁଁ ତାହା ସାକାର ହୋଇପାରିନଥିଲା। ଏବେ ନୂଆ ସରକାରରେ ନାଟକର ଏହି ଅନ୍ତୁଡ଼ିଶାଳକୁ ନୂଆ ରୂପ ଦେବାପାଇଁ ଦାବି ହୋଇଛି ।

ଦୀର୍ଘ ତିନି ଦଶନ୍ଧି ଧରି ଅବହେଳାର ଶିକାର ହୋଇଆସିଛି ଏହି ପ୍ରସିଦ୍ଧ ରଙ୍ଗମଞ୍ଚ। ମାଟିରେ ମିଶିବା ପୂର୍ବରୁ ଏହାକୁ ନୂଆ ରୂପ ଦେଇ ପୂର୍ବ ଗୌରବ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିବେ କି ଡବଲ ଇଞ୍ଜିନ ସରକାର ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Annapurna Theater crying, searching for her own identity. | Argus News