Gang Rape / ଚାକିରି ଦେବେ କହି, ନାବାଳିକାଙ୍କ ସହ ଗଣଦୁଷ୍କର୍ମ କଲେ !

Key Points
ପୁଣ ଭୁବନେଶ୍ୱରରେ ଲଜ୍ଜା । ଧଉଳି ଗଣଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର ଛାତି ଉପରେ ଥିବା ସହିଦନଗରର ଏକ ଭଡ଼ା ଘରେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି । ସହିଦନଗରରେ ଏକ ଭଡ଼ା ଘରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ମାମଲା । କ୍ରାଇମବ୍ରାଞ୍ଚ ଡିଜିଙ୍କ ତତ୍ତ୍ୱାବଧାନରେ ଘଟଣାକୁ ଅନୁଧ୍ୟାନ କରାଯିବ । ଏନେଇ CAW ସହିଦନଗର ଥାନା ପାଖରୁ ଘଟଣାର ସମସ୍ତ ତଥ୍ୟ ନେଇଥିବା ସୂଚନା ମିଳିଛି । ଚାକିରି ଦେବାକୁ କହି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ପୋଲିସ । ଦୁଇ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ରାଉତ ଏବଂ ମୁକୁନ୍ଦପ୍ରସାଦର ସାହିଲ ଖାନ୍ ।
ତେବେ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲେ କଣ ହୁଏ ଆସନ୍ତୁ ଜାଣିବା । କ୍ରାଇମବ୍ରାଞ୍ଚ ଡିଜିଙ୍କ ତତ୍ତ୍ୱାବଧାନରେ ଏହି ଘଟଣାକୁ CAW ତଦନ୍ତ କରିଥାଏ । ଏହାକୁ ମନିଟରିଂ କରିଥାନ୍ତି କ୍ରାଇମବ୍ରାଞ୍ଚ ଡିଜି । କମିଶନରେଟ୍ ପୋଲିସର ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିଥାଏ କ୍ରାଇମବ୍ରାଞ୍ଚ । ଶୀଘ୍ର ଚାର୍ଜସିଟ ଦିଆଯିବ ସେ ଉପରେ ଗୁରୁତ୍ବ ଦିଆଯାଇଥାଏ । ଜଣେ ସ୍ବତନ୍ତ୍ର ପିପି ନିୟୋଜିତ ହେବା ସହିତ ଜଣେ ସ୍ୱତନ୍ତ୍ର ତଦନ୍ତକାରୀ ଅଧିକାରୀ ନିୟୋଜିତ ହୋଇଥାଆନ୍ତି ।
ଅଭିଯୋଗ ଅନୁସାରେ ଅଭିଯୁକ୍ତ ଦ୍ବୟ ଜୋର୍ ଜବରଦସ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ସେତେବେଳକୁ ଅପରାହ୍ନ ୨ଟା ବାଜିଥିଲା। ଅଭିଯୁକ୍ତମାନେ ରାତିସାରା ତାଙ୍କୁ ଅଟକ ରଖିବାକୁ ଯୋଜନା କରିଥିଲେ ହେଁ ପୀଡ଼ିତା କୌଶଳକ୍ରମେ ସେଠାରୁ ଖସିଆସିଥିଲେ। ପରଦିନ ଅର୍ଥାତ ୧୯ ତାରିଖ ସକାଳେ ପୀଡ଼ିତା ସହିଦନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ମାତ୍ରେ ପୋଲିସ ୨ଟି ଟିମ୍ ଗଠନ କରି ଅଭିଯୁକ୍ତମାନଙ୍କ ପିଛା କରିଥିଲା। ପୀଡ଼ିତା ଖସିଯିବା ପରେ ଅଭିଯୁକ୍ତମାନେ ଭଡ଼ାଘର ଛାଡ଼ି ଅନ୍ୟତ୍ର ଆତ୍ମଗୋପନ କରିଥିଲେ। କିନ୍ତୁ ପୋଲିସ ଟିମ୍ ସେମାନଙ୍କୁ ଖୋର୍ଦ୍ଧାରୁ ଉଠାଇବାରେ ସକ୍ଷମ ହୋଇଥିଲା। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ନେଇ ଉକ୍ତ ଭଡ଼ାଘରୁ ବିଭିନ୍ନ ନମୁନା ସଂଗ୍ରହ କରିଛି।
📱 Get Argus News App
✨Related Topics
Explore more stories