Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାନଦୀରେ ନିର୍ମାଣ ହେବ ଆଉ ଏକ ସେତୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ମହାନଦୀରେ ନିର୍ମାଣ ହେବ ଆଉ ଏକ ସେତୁ

ମହାନଦୀରେ ନିର୍ମାଣ ହେବ ଆଉ ଏକ ସେତୁ। ରାଜ୍ୟର ଏହି ଦୀର୍ଘତମ ସେତୁର ଶିଳାନ୍ୟାସ କରିଛନ୍ତି ନୀତିନ ଗଡ଼କରୀ। ୩ କିମି ଲମ୍ବ ଏହି ସେତୁ ପାଇଁ ୨୭୪ କୋଟି ଟଙ୍କା ମଞ୍ଜୁର। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁର ଜିଲ୍ଲା ସହ ଛତିଶଗଡ଼ ରାୟଗଡ଼ ମଧ୍ୟରେ ଯୋଗାଯୋଗ ହେବ ସୁବିଧା।

ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ଵାରା ମହାନଦୀରେ ଆଉ ଏକ ସେତୁ ନିର୍ମାଣ ହେବ । ଯାହା ରାଜ୍ୟର ଦୀର୍ଘତମ ସେତୁ ହେବା ସହିତ ସମ୍ପର୍କର ସେତୁ ହେବାକୁ ଯାଉଛି । ସେତୁଟି ସିଧାସଳଖ ଝାରସୁଗୁଡ଼ା ଜିଲ୍ଲା ଓ ବରଗଡ଼ ଜିଲ୍ଲାକୁ ଯୋଡ଼ିବ । ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବ ରୂପ ନେବାକୁ ଯାଉଥିବା ବେଳେ ସେତୁର ଶିଳାନ୍ୟାସ କରିଛନ୍ତି ଖୋଦ୍ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।

ଏନେଇ ଗତକାଲି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଭିଖମପାଲି ହାଇସ୍କୁଲ ପଡିଆରେ ବିରାଟ ସଭାର ଆୟୋଜନ ହୋଇଥିଲା । ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ରହି ଫଳକ ଉଦଘାଟନ କରିଥିଲେ । ୩ କିମି ଲମ୍ବ ଏହି ସେତୁ ପାଇଁ ୨୭୪ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ସେତୁର ନିର୍ମାଣ ହେଲେ ଝାରସୁଗୁଡା ଜିଲ୍ଲା ସହିତ କେବଳ ବରଗଡ଼ ଜିଲ୍ଲା ଯୋଡିହେବ ତା ନୁହେଁ ସୋନପୁର ଜିଲ୍ଲାବାସୀ ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲା ସହ ବରଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁର ଜିଲ୍ଲା ଯୋଗାଯୋଗ ସୁବିଧା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
another-bridge-to-be-built-on-mahanadi | Argus News