Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନରସିଂହପୁରରେ ପୁଣି ଦନ୍ତା ହାତୀ ମୃତ

Odisha

ନରସିଂହପୁରରେ ପୁଣି ଦନ୍ତା ହାତୀ ମୃତ

Sushanta Sahoo
Browse all articles by Sushanta Sahoo
·1 year ago
ନରସିଂହପୁରରେ ପୁଣି ଦନ୍ତା ହାତୀ ମୃତ

ବଡ଼ମ୍ବା: କଟକ ଜିଲ୍ଲା ନରସିଂହପୁରରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ନରସିଂହପୁର ପୂର୍ବ ରେଞ୍ଜ ରଙ୍ଗଡାବ ଗ୍ୟାସ୍ ଅଫିସ ନିକଟରେ ଥିବା ଏକ ବଗିଚାରୁ ସନ୍ଦେହଜନକ ଅବସ୍ଥାରେ ଦନ୍ତା ହାତୀଟିର ମୃତଦେହ ଠାବ କରାଯାଇଛି । ମୃତ ଦନ୍ତା ହାତୀର ଆନୁମାନିକ ବୟସ ୧୦ରୁ ୧୨ ବର୍ଷ ହୋଇଥିବା ସୂଚନା ଦେଇଛନ୍ତି ଏସିଏଫ ମନୋଜ ପାତ୍ର ।


ଜାନୁଆରୀ ପ୍ରଥମ ସପ୍ତାହରେ ମଧ୍ୟ ନରସିଂହପୁର ଦେବଭୂମି ରିଜର୍ଭ ଫରେଷ୍ଟରେ ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ତା ପୂର୍ବରୁ ବରସିଙ୍ଗ ଖେସେରା ଜଙ୍ଗଲରେ ଆଖି ବୁଜିଥିଲା ଏକ ଦନ୍ତା ହାତୀ । ଏବେ ପୁଣି ଆଉ ଏକ ଦନ୍ତା ହାତୀ ଆଖି ବୁଜିବା ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି । ନରସିଂହପୁର ଅଞ୍ଚଳରେ ବାରମ୍ବାର ଦନ୍ତା ହାତୀର ମୃତ୍ୟୁ ନେଇ ପରିବେଶବିତ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another Elephant Dies In Narsinghpur Of Cuttack | Argus News