Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛତିଶଗଡର ନାରାୟଣପୁରରେ ପୁଣି ଏନକାଉଣ୍ଟର

Rashmita Mishra
Browse all articles by Rashmita Mishra
·1 year ago·1 min read
ଛତିଶଗଡର ନାରାୟଣପୁରରେ ପୁଣି ଏନକାଉଣ୍ଟର

ଭୁଶୁଡୁଛି ମାଓ ଦୁର୍ଗ। ଛତିଶଗଡର ନାରାୟଣପୁରରେ ପୁଣି ଏନକାଉଣ୍ଟର । ଯବାନଙ୍କ ଅପରେସନ ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ମାଓ ଶିବିରରୁ ମିଳିଲା 11 ଲାପଟପ ସହ 6 ଲକ୍ଷ ଟଙ୍କା ଜବତ । ନାରାୟଣପୁର କୋହକମେଟଲା ଥାନା କଷୋଡ଼ ଜଙ୍ଗଲରେ ମାଓବାଦୀମାନେ ଲୁଚିଥିବା ଖବର ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ।

ଘଟଣାସ୍ଥଳରୁ ୫୦କେଜି ବାରୁଦ, ୪୦ ଲିଟର ପେଟ୍ରୋଲ, ୨ଟି ପ୍ରେସର କୁକର ବମ୍, ୩୦୩ଟି ଅଫୁଟା ଗୁଳି ସହ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । 50 କେଜି ବାରୁଦ, 40 ଲିଟର ପେଟ୍ରୋଲ, 2 ପ୍ରେସର କୁକର ବମ, 303 ବନ୍ଧୁକ ର ଅଫୁଟା ଗୁଳି , ଦୁଇ ବଣ୍ଡଳ କାର୍ଡ଼େକ୍ସ ୱାରୀ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ଡିଆରଜି ଯବାନଙ୍କ ସହ ଆଇଟିବିପି ଯବାନ ଅପରେସନରେ ସାମିଲ ଥିଲେ ।

ଭୁଶୁଡୁଛି ମାଓ ଦୁର୍ଗ । ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଛନ୍ତି ମାଓବାଦୀ । ଆଜି ଛତିଶଗଡ ସୁକୁମା ପୁଲିସ ନିକଟରେ ୨୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ନୂଆପଡ଼ା ଡିଭିଜନର ଏସିଏମ୍‌ ଏବଂ ପିଏଲଜିଏ ପ୍ଲାଟୁନ୍-୧ର ମାଓ ଦମ୍ପତ୍ତି ରହିଛନ୍ତି । ସେହିପରି ୨୨ଜଣଙ୍କ ମଧ୍ୟରେ ଅଛନ୍ତି ୯ଜଣ ମହିଳା ମାଓବାଦୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
another-encounter-in-narayanpur-chhattisgarh | Argus News