Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆକ୍ସନ ମୂଡ଼ରେ ଡିସିପି ଜଗମୋହନ ମିନା, ପୁଣି ଏନକାଉଣ୍ଟର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆକ୍ସନ ମୂଡ଼ରେ ଡିସିପି ଜଗମୋହନ ମିନା, ପୁଣି ଏନକାଉଣ୍ଟର

ଭୁବନେଶ୍ୱର:  ରାଜଧାନୀରେ ପୁଣି ଏନକାଉଣ୍ଟର । ଆକ୍ସନ ମୂଡ଼ରେ ଡିସିପି ଜଗମୋହନ ମିନା । ଏଟିଏମ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ। ଅନ୍ତରାଜ୍ୟ ଲୁଟେରା ଦୀପକ କୁମାର କୁ ଜଖମ କଲା ସ୍ପେଶାଲ ସ୍କ୍ୱାର୍ଡ। ଦୀପକ କୁମାର ବିହାରର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା। ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଏଟିଏମ ଲୁଟ ଉଦ୍ୟମ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା।


ପୋଲିସ ଉପରେ ଗୁଳି ଚଳାଇଥିଲା ବେଳେ ପୋଲିସର ପାଲଟା ଆକ୍ରମଣରେ ଦୀପକ ର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସ ରେ ଭର୍ତି କରିଛି ସ୍ପେଶାଲ ସ୍କ୍ୱାର୍ଡ। ଦୀପକ ନା ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ରାଞ୍ଚି ପୋଲିସ ପାଇଁ ଦୀପକ ମୋଷ୍ଟ ୱାଣ୍ଟେଡ ଥିଲା। ପୂର୍ବରୁ ମହାରାଷ୍ଟ୍ର ଔରଙ୍ଗାବାଦ ପୋଲିସ ATM ଲୁଟ ଘଟଣାରେ ଦୀପକ କୁମାର କୁ ଗିରଫ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
another-encounter-in-the-capital-bhubaneswar | Argus News