Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜାପୁରରେ ପୁଣି IED ବ୍ଲାଷ୍ଟ ,ଜଣେ ଯବାନ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଜାପୁରରେ ପୁଣି IED ବ୍ଲାଷ୍ଟ ,ଜଣେ ଯବାନ ଗୁରୁତର

ଅର୍ଗସ ବ୍ୟୁରୋ: ବିଜାପୁର ର ମହାଦେବ ଘାଟ ରେ ied ବ୍ଲାଷ୍ଟ । ଗତ କାଲି ରାତିରେ ମାଓବାଦୀଙ୍କ ସହ ହୋଇଥିଲା ଏନକାଉଣ୍ଟର । ଏନକାଉଣ୍ଟର ପରେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିଲା ସେହି ସମୟରେ ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ବିଜାପୁରରେ ପୁଣି IED ବ୍ଲାଷ୍ଟ । CRPF ଯବାନ ମାନେ କୁମ୍ବିଙ୍ଗ କରୁଥିବା ସମୟରେ ପ୍ରେସର IED ବ୍ଲାଷ୍ଟ ହୋଇଥିବା ସୂଚନା । CRPF ର 196 ବାଟାଲିୟନ ର ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଆହତ ଯବାନ ଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । କିଛି ଦିନ ପୂର୍ବରୁ ମଧ୍ୟ...


ଛତିଶଗଡ଼ ବିଜାପୁର ରେ IED ବ୍ଲାଷ୍ଟ । ବ୍ଲାଷ୍ଟ ରେ 2ଜଣ STF ଯବାନ ସହିଦ ହେବା ସହ 4 ଯବାନ ଗୁରୁତର ଆହତ ହୋଇଥିଲେ । କୁମ୍ବିଙ୍ଗ ଅପରେସନ ସାରି ଫେରୁଥିବା ସମୟରେ ପାଇପ ବମ ବ୍ଲାଷ୍ଟ କରିଥିଲେ ଲାଲ ବହିନୀ । ଆହତ ଯବାନ ଙ୍କୁ ଏଆର ଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଥିଲା । Stf ର ପ୍ରଧାନ ଆରକ୍ଷକ ଭାରତ ଲାଲ ସାହୁ ଓ ଆରକ୍ଷକ ସତେର ସିଂହ ସହିଦ ହୋଇଥିଲେ । CRPF, COBRA, CAF, DRG ଓ STF ଙ୍କ ମିଳିତ ଅପରେସନ ରେ ସମୟରେ ତରେମ ଥାନା ଅନ୍ତର୍ଗତ ମାଣ୍ଡିମରକା ଜଙ୍ଗଲରେ ପାଇପ ବମ ବ୍ଲାଷ୍ଟ କରିଥିଲେ ମାଓବାଦୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
another-ied-blast-in-bijapur-one-jawan-critically-injured | Argus News