|
logo
Live

Argus News - ବିଶ୍ୱବିଦ୍ୟାଳୟରେ ପୁଣି ଅଘଟଣ, ଛାତ୍ରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କଲେ କିଛି ଯୁବକ

Odisha

ବିଶ୍ୱବିଦ୍ୟାଳୟରେ ପୁଣି ଅଘଟଣ, ଛାତ୍ରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କଲେ କିଛି ଯୁବକ

Ritu Das
Browse all articles by Ritu Das
·1 year ago·1 min read
ବିଶ୍ୱବିଦ୍ୟାଳୟରେ ପୁଣି ଅଘଟଣ, ଛାତ୍ରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କଲେ କିଛି ଯୁବକ

କିଟ୍‌ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ । ଗୋଟିଏ ପଟେ ସାରା କିଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ରାଜ୍ୟରେ ହୁଲସ୍ତୁଲ କରିଥିବା ବେଳେ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀ ଜଣକ ମେଟାକନୀ ମନ୍ଦିରର ପଛପଟ ପଡିଆରୁ ଉଦ୍ଧାର କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀ ଉଦ୍ଧାର ।


ଯୁବତୀ ଜଣଙ୍କ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗ ଶେଷ ବର୍ଷର ଛାତ୍ରୀ । ବିଶ୍ୱବିଦ୍ୟାଳୟ ଓ ଅଟଳ ଛକକୁ ସଂଯୋଗ ଭିଆଇପି ରାସ୍ତା ମେଟାକାନି ମନ୍ଦିର ନିକଟରୁ କ୍ଷତି ବିକ୍ଷତ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଭୀମ୍‌ସାର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ଘର ଉପକୂଳବର୍ତ୍ତୀ ଜିଲ୍ଲାର । ତାଙ୍କ ବାପା ବୁର୍ଲା ପାଓ୍ବାର ହାଉସ୍‌ରେ ଇଞ୍ଜିନିୟର ଅଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ତନାଘନା ଆରମ୍ଭ କରିଛି ପୋଲିସ। ବର୍ତ୍ତମାନ ତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ଉକ୍ତ ଛାତ୍ରୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ତେବେ ଛାତ୍ରୀଙ୍କ ଅବସ୍ଥା ଏଭଳି କିପରି ଏବଂ କିଏ କଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଶ୍ୱବିଦ୍ୟାଳୟରେ ପୁଣି ଅଘଟଣ, ଛାତ୍ରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କଲେ କିଛି ଯୁବକ | Argus News