ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 4 ହାର୍ଡକୋର୍ ମାଓବାଦୀ
·1 year ago

Key Points
ଛତିଶଗଡ଼ରେ ପୁଣି ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 4 ହାର୍ଡକୋର୍ ମାଓବାଦୀ ।
ମାଲକାନଗିରି: ଛତିଶଗଡ଼ରେ ପୁଣି ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 4 ହାର୍ଡକୋର୍ ମାଓବାଦୀ । ନାରାୟଣପୁର ଓ ଦନ୍ତେୱାଡା ଜିଲ୍ଲା ସୀମାନ୍ତ ଆବୁଝମାଡ଼ ଜଙ୍ଗଲରେ ହୋଇଛି ଗୁଳି ବିନିମୟ । ଏଥିରେ ଜଣେ DRG ଯବାନ ସହିଦ ହୋଇଛନ୍ତି । ଅପରେସନରେ ନାରାୟଣପୁର, ଦନ୍ତେୱାଡା, କୋଣ୍ଡାଗାଁ, ଜଗଦଲପୁରର DRG ଓ STF ଯବାନ ସାମିଲ ଥିଲେ । ଗତ 3 ତାରିଖରୁ ଆରମ୍ଭ ହୋଇଥିଲା ଅପରେସନ୍ । ସର୍ଚ୍ଚ ଅପରେସନ୍ ବେଳେ ଏନକାଉଣ୍ଟର ସ୍ଥଳରୁ AK47 ଓ SLR ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ମିଳିତ ବାହିନୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: