Drown / ପୁଣି ଅଘଟଣ ! ଏକାଥରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

Key Points
ମୃତକମାନେ ହେଲେ, ଭ୍ରମରପୁର ଗ୍ରାମର ଉଷା ବେହେରା (୫୫), ତାଙ୍କ ଝିଅ ଅନସୂୟା ବେହେରା (୩୦) ଓ ନାତି ଆଦିତ୍ୟ ବେହେରା (୪)। ଗୁରୁତର ନାତୁଣୀ ହେଉଛନ୍ତି ସୋନାଲି ବେହେରା (୬) ।
ବାହୁଦା ନଦୀରେ ଭାସିଯାଇ ମା, ଝିଅ, ନାତିର ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଳିଙ୍ଗଦୋଳା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତର ନାତୁଣୀକୁ ପ୍ରଥମେ ଚିକିଟି ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଗତକାଲି ମା, ଝିଅ, ନାତି ଆଉ ନାତୁଣୀ ମିଶି ରଟଣେଶ୍ୱରୀ ମନ୍ଦିରକୁ ପ୍ରସାଦ ସେବନ ପାଇଁ ଯାଇଥିଲେ। ନଦୀ ରାସ୍ତା ଦେଇ ଘରକୁ ଫେରୁଥିବାବେଳେ ନଦୀରେ ଭାସି ଯାଇଥିଲେ ।
ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଉଦ୍ଧାର କରି ଚିକିଟି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଚିକିଟି ମେଡିକାଲରେ ବିଧାୟକ ମନୋରଞ୍ଜନ ଦୟାନ ସାମନ୍ତରାୟ ପହଞ୍ଚିଥିଲେ । ତାଙ୍କ ସହ ପୋଲିସ ଅଧିକାରୀ, ଦିଗପହଣ୍ଡି ତହସିଲଦାର ମଧ୍ୟ ପହଂଚି ଥିଲେ । ପୀଡ଼ିତଙ୍କ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ସହ ରେଡ଼କ୍ରସ ପାଣ୍ଠିରୁ ଶବ ଦାହ ନିମନ୍ତେ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।
ଏହାସହ ପଢ଼ନ୍ତୁ:- ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ-ନେତାନ୍ୟାହୁ ଆଲୋଚନା
📱 Get Argus News App
✨ତେବେ ମୃତକମାନେ ହେଲେ, ଭ୍ରମରପୁର ଗ୍ରାମର ଉଷା ବେହେରା (୫୫), ତାଙ୍କ ଝିଅ ଅନସୂୟା ବେହେରା (୩୦) ଓ ନାତି ଆଦିତ୍ୟ ବେହେରା (୪)। ଗୁରୁତର ନାତୁଣୀ ହେଉଛନ୍ତି ସୋନାଲି ବେହେରା (୬) ।
ଗୁରୁତରଙ୍କୁ ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ଅପରାହ୍ଣରେ ସମସ୍ତେ ମିଶି ରତନେଶ୍ବରୀ ପୀଠକୁ ଅଷ୍ଟମୀ ପୂଜା ପ୍ରସାଦ ଖାଇବାକୁ ଯାଇଥିଲେ। ଅପରାହ୍ଣ ସାଢ଼େ ୩ଟା ବେଳେ ସେମାନେ ବାହୁଦା ନଦୀତଟ ହୋଇ ଗାଁକୁ ଫେରୁଥିବା ସମୟରେ ଅସାବଧାନତା ବଶତଃ ନଦୀଶଯ୍ୟାରେ ଥିବା ଗଣ୍ଡରେ ପଡ଼ିଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ବାଟରେ ଯାଉଥିବା କିଛି ଲୋକ ନଦୀଗଣ୍ଡରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଇକ୍ ଓ ୧୦୮ ଆମ୍ବୁଲାନ୍ସରେ ଚିକିଟି ଡାକ୍ତରଖାନାକୁ ଆଣିଥିଲେ।
ଏହାସହ ପଢ଼ନ୍ତୁ:- ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ-ନେତାନ୍ୟାହୁ ଆଲୋଚନା
କେ. ନୂଆଗାଁ ପୁଲିସ ୩ଟି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ଜାରି ରହିଥିବା ଥାନାଧିକାରୀ କିଶୋର ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବାଲିମାଫିଆ ନଦୀରୁ ବାଲି ନେବା ପାଇଁ ଶଯ୍ୟାରେ ବିରାଟ ଗାତ କରିଥିବାରୁ ଏହି ଅଭାବନୀୟ ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଭ୍ରମରପୁର ଓ କଳିଙ୍ଗଦଳା ଗ୍ରାମରେ ଦଶହରା ପୂଜା ଦୁଃଖଦ ପରିବେଶରେ ପରିଣତ ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।