Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମୀରଙ୍କ ଭିଡିଓ ଭାଇରାଲ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସମୀରଙ୍କ ଭିଡିଓ ଭାଇରାଲ

Key Points

  • ସମୀରଙ୍କ ଭିଡିଓ ଭାଇରାଲ
  • ୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କର୍ମୀଙ୍କୁ ଦେଲେ ପରାମର୍ଶ
  • ନହେଲେ ଦଳ ଛାଡିବାକୁ...

ଅର୍ଗସ ବ୍ୟୁରୋ: ନିମାପଡା ବିଡେଡିରେ କେଁ । ବର୍ତ୍ତମାନର ପ୍ରାର୍ଥୀଙ୍କୁ ଗ୍ରହଣ କରିପାରୁନାହାନ୍ତି ବର୍ତ୍ତମାନର ବିଧାୟକ । ଆଶ୍ଚର୍ଯ୍ୟ ହୋଇଗଲେ କି ? ହଁ...ସମୀରଙ୍କ ଟିକଟ କଟିବା ପରେ ରାଗରେ ସେ ରକ୍ତଚାଉଳ ଚୋବାଉଛନ୍ତି । କାରଣ ତାଙ୍କ ବଦଳରେ ନିମାପଡାରୁ ଏଥର ଦିଲ୍ଲୀପ ନାୟକଙ୍କ ଉପରେ ଭରସା କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ଟିକେଟ କଟିବା ପରେ ନିଜ କର୍ମୀ ଓ ସମର୍ଥକଙ୍କୁ ଏକାଠି କରି ପ୍ରାର୍ଥୀ ପରିବର୍ତନ ସହ ଟିକେଟର ପୁନଃ ବିଚାର କରିବାକୁ ଜୋରଦାର ଦାବି କରିଛନ୍ତି ସମୀର...ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ବିଜେଡି ଟିକଟ କାଟିବା ପରେ ଏବେ ଚିନ୍ତାରେ ସମୀର । ଏମିତିକି ପୂର୍ବରୁ ବିଶାଳ ସମାବେଶ କରି ନିଜ ପ୍ରତିଥିବା ଜନସମର୍ଥନ ଦେଖାଇଥିଲେ । ତେବେ ଟିକଟ କଟିବା ପରେ କର୍ମୀଙ୍କ ସାମ୍ନାରେ  କାନ୍ଦିଥିଲେ ବିଜେଡିର ନିମାପଡ଼ା ବିଧାୟକ ସମୀର ଦାସ । ଖାଲି କାନ୍ଦିଲେ ତାହା ନୁହେଁ ବରଂ ୪୨ ବର୍ଷ ରାଜନୀତିରେ ସ୍ତ୍ରୀକୁ ଘଣ୍ଟାଏ ସମୟ ଦେଇନାହାନ୍ତି...କେବଳ ଲୋକଙ୍କ ଲାଗି କାମ କରିଛନ୍ତି ବୋଲି କହିଥିଲେ । ହେଲେ କେମିତି ତାଙ୍କ ବଦଳରେ ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କଲା ସେନେଇ ଆପତ୍ତି କରିବା ସହ ପୁଣି ଥରେ ପୁର୍ନବିଚାର କରିବାକୁ ଦାବି କରିଥିବା ପରେ ବି ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି ବିଜେଡି ସୁପ୍ରିମୋ । କିନ୍ତୁ ପୁଣି ଥରେ ସମୀରଙ୍କ ଭିଡିଓ ହୋଇଛି ଭାଇରାଲ ।


ଏପଟେ, ଦିଲ୍ଲୀପ ଦଳୀୟ ସଭା ସହ ମିଶ୍ରଣ ପର୍ବ କରାଇ ନିଜର ଶକ୍ତି ବଢ଼ାଉଛନ୍ତି । ଜୋନ ୧୮ରେ ବିଜେଡିର ବଡ଼ ସଭା ଆୟୋଜନ ହୋଇଥିଲେ ବି ଏଥିରେ ସମୀର ଦାସଙ୍କ ଫଟୋ ଦେଖିବାକୁ ମିଳି ନଥିଲା । ଅନ୍ୟପଟେ ଏହି ସଭାରେ ସବୁ ରାଗ ଭୁଲି ନିମାପଡ଼ାର ବିକାଶ ପାଇଁ ଏକାଠି ହୋଇ କାମ କରିବାକୁ ସମୀରଙ୍କୁ ଆହ୍ୱାନ କରିଛନ୍ତି ଦିଲ୍ଲୀପ । ତେବେ ଦିଲ୍ଲୀପଙ୍କ ଏହି ଅନୁରୋଧ ସ୍ପଷ୍ଟ କରୁଛି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବୋଧହୁଏ ସମୀର ତାଙ୍କୁ ସହଯୋଗ କରୁ ନାହାନ୍ତି । ତେବେ ସମୟ କହିବ ଆଗାମୀ ଦିନରେ ସମୀର କି ନିଷ୍ପତ୍ତି ନେଉଛନ୍ତି ?
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
BhuNimapara MLAban | Argus News