Woman Burning / ପାରିବାରିକ କଳହରୁ କରୁଣ ପରିଣତି , ନିଆଁ ଲଗାଇ ଜୀବନ ହାରିଲେ ମହିଳା

Key Points
କିରୋସିନ ଢାଳି ଜଳିଗଲେ ଆଉ ଏକ ମହିଳା
ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ
ଚିକିତ୍ସିତ ଅବସ୍ଥାରେ ବୁଜିଲେ ଆଖି
ପୁଣି ଜଳିଗଲେ ଆଉ ଏକ ମହିଳା । ଜୀବନମରଣ ସହ ୪୮ ଘଣ୍ଟା ସଂଘର୍ଷ କରିବା ପରେ ଶେଷରେ ବୁଜିଦେଲେ ଆଖି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଲେପୁର ଥାନା ସିଢ଼ୋ ପଞ୍ଚାୟତ କଙ୍କରାଇଲୋ ଗାଁରେ । ସେହି ଗାଁର ତିଲୋତ୍ତମା ରାଉତ କିରୋସିନି ଢାଳି ନିଜ ଜୀବନ ହାରିଛନ୍ତି ।
ସୂଚନା ମୁତାବକ ପାରିବାରିକ କଳହରୁ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସାଲେପୁର ମେଡିକାଲକୁ ଅଣାଯାଇଥିଲା । ପରେ ସେଠାରୁ କଟକ ବଡ଼ ମେଡିକାଲକୁ ଚିକିତ୍ସାପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ମହିଳାଙ୍କ ଶରୀର ୭୦ ଭାଗ ଅଂଶ ଜଳି ଯାଇଥିଲା । ତେବେ ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ନେଇ ସୂଚନା ମିଳିଛି ।
📱 Get Argus News App
✨ପୂର୍ବରୁ ବାଲେଶ୍ଵର ଛାତ୍ରୀ ଜଳିବା ଘଟଣା ସମସ୍ତଙ୍କ ନିଦ ହଜାଇ ଦେଇଥିଲା । ପରେ ପରେ ବଳଙ୍ଗା ପୁଣି କେନ୍ଦ୍ରାପଡାର ବଡପଡାରେ ମଧ୍ୟ ଜଣେ ଯୁବତୀ ଜଳି ଯାଇଥିବା ଘଟଣା ସେତେବେଳେ ତୁମ୍ବିତୋଫାନ ସୃଷ୍ଟି କରିଥିଲା ।
Related Topics
Explore more stories