Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା ଓ ବ୍ୟାପକ ପିସି କାରବାର ଅଭିଯୋଗ କଲା ଭ୍ରଷ୍ଟାଚାର ବିରୋଧୀ ସଂଗଠନ

Odisha

ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା ଓ ବ୍ୟାପକ ପିସି କାରବାର ଅଭିଯୋଗ କଲା ଭ୍ରଷ୍ଟାଚାର ବିରୋଧୀ ସଂଗଠନ

Smruti Parija
Browse all articles by Smruti Parija
·1 year ago·1 min read
ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା ଓ ବ୍ୟାପକ ପିସି କାରବାର ଅଭିଯୋଗ କଲା ଭ୍ରଷ୍ଟାଚାର ବିରୋଧୀ ସଂଗଠନ

ଭୁବନେଶ୍ୱର:  ନବରଙ୍ଗପୁର ଆଦିବାସୀ ଊନ୍ନୟନ ସଂସ୍ଥା (ଆଇ.ଟି.ଡି.ଏ.)ରେ କାମ ଆବଣ୍ଟନରେ ବ୍ୟାପକ ଦୁର୍ନିତୀ ଓ ପି.ସି. କାରବାର ଅଭିଯୋଗ କଲା ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ । ବିଭିନ୍ନ ଆଦିବାସୀ ଉନ୍ନୟନ ସଂସ୍ଥାରେ ଟେଣ୍ଡର ମାଧ୍ୟମରେ ସମସ୍ତ କାମ ପରିଚାଳନା ହେଉଥିବାବେଳେ ନବରଙ୍ଗପୁର ଆଦିବାସୀ ଉନ୍ନୟନ ସଂସ୍ଥାର ଏହି କାର୍ଯ୍ୟଳୟରେ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ଗତ ସରକାରଙ୍କ ସମୟରେ ଏଭଳି ଦୁର୍ନିତୀର ଗନ୍ଧ ବିଭିନ୍ନ ଆଦିବାସୀ ଉନ୍ନୟନ ପ୍ରକଳ୍ପରେ ଆସୁଥିଲା । 

ବର୍ତ୍ତମାନ ମଧ୍ୟ ଏହିଭଳି ଦୁର୍ନିତୀରେ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ୩ ମାସ ମଧ୍ୟରେ ନୂଆ ସରକାର ଆସିଲା ପରେ ଏହି ଆଦିବାସୀ ଉନ୍ନୟନ ସଂସ୍ଥାରେ ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଛି । ଏହି କାର୍ଯ୍ୟାଦେଶ ପ୍ରଦାନରେ ୩୦ ରୁ ୪୦ ଭାଗ ପି.ସି. କାରବାର କରାଯାଉଛି । ଆଦିବାସୀ ଉନ୍ନୟନ ଜନଜାତି ବିଭାଗର ପ୍ରମୂଖ ଶାସନ ସଚିବଙ୍କୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ସ୍ମାରକ ପତ୍ର ଦେଇ ତୁରନ୍ତ ବିନା ଟେଣ୍ଡରରେ ଦିଆଯାଉଥିବା କାର୍ଯ୍ୟାଦେଶ ନିଷ୍ପତି ପ୍ରତ୍ୟାହାର କରିବା ଓ ସଂସ୍ଥାର ସ୍ୱଚ୍ଛତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ନୀତି ଅନୁସାରେ ତୁରନ୍ତ ଟେଣ୍ଡର ବିଜ୍ଞପ୍ତି ମାଧ୍ୟମରେ କାର୍ଯ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି । 

ଏ ସଂପର୍କରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରମୁଖ ଶାସନ ସଚିବଙ୍କୁ ଦିଆଯାଇଥିବା ସ୍ମାରକ ପତ୍ର ଏକକିତା ନକଲ ପ୍ରଦାନ କରାଯାଇଛି । ଅନ୍ୟାନ୍ୟ ଜିଲ୍ଲାର ଆଦିବାସୀ ଉନ୍ନୟନ ସଂସ୍ଥାରେ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ଦିଆଯାଉଥିବା ବେଳେ ନବରଙ୍ଗପୁରରେ ଏହାର ବ୍ୟତିକ୍ରମ କରାଯାଇଛି । ତୁରନ୍ତ ଏହିଭଳି ପି.ସି. କାରବାରକୁ ବନ୍ଦ କରିବାକୁ ସଂଗଠନ ପକ୍ଷରୁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Anti-corruption organizations have accused the government of disobeying government orders and rampant PC dealing-in-ITDA-NABRANGPUR | Argus News