|
logo
Live
Argus News App
GET APP

Argus News - ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଦେଖିଲେ ଖସାଇଦେବ ଆଣ୍ଟି ଡ୍ରୋନ୍ ସିଷ୍ଟମ୍

Odisha

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଦେଖିଲେ ଖସାଇଦେବ ଆଣ୍ଟି ଡ୍ରୋନ୍ ସିଷ୍ଟମ୍

Smruti Parija
Browse all articles by Smruti Parija
·10 months ago·2 min read
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଦେଖିଲେ ଖସାଇଦେବ ଆଣ୍ଟି ଡ୍ରୋନ୍ ସିଷ୍ଟମ୍

Key Points

ଡ୍ରୋନରେ ଶ୍ରୀମନ୍ଦିର ବେଢା ଚିତ୍ର ଉତ୍ତୋଳନ ଯୋଗୁଁ ସଂକଟରେ ସୁରକ୍ଷା

୫ ଜାନୁଆରୀ ୨୦୨୫


ଭୋର୍ ସମୟରେ ଶ୍ରୀମନ୍ଦିର ଚୁଡ଼ାର ଉପରି ଭାଗରେ ଏକ ଡ୍ରୋନ ଉଡ଼ୁବା ଦେଖିବାକୁ ମିଳିଥିଲା। କେହି ଜଣେ ଅଜଣା ଦୁର୍ବୁତ୍ତ ପ୍ରାୟ ୩୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ବେଧଡକ ଭାବେ ଉଡାଇଥିଲା ଡ୍ରୋନ୍।

୨୦ ଜାନୁଆରୀ ୨୦୨୫


ପୁଣି ଥରେ ନିୟମକୁ ଭାଙ୍ଗି ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ଉପରେ ଡ୍ରୋନ୍ ଉଡାଯାଇଥିଲା। ଅବଶ୍ୟ ଏଥର ଧରାପଡ଼ିଥିଲା ଅଭିଯୁକ୍ତ ତାର ଡ୍ରୋନ୍ ଜବତ କରାଯାଇଥିଲା। ଅଭିଯୁକ୍ତ ଜଣକ ପୁରୀର ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଥିଲା।

୦୯ ମାର୍ଚ୍ଚ ୨୦୨୫

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ୟୁଟ୍ୟୁବରେ ଅପଲୋଡ ହୋଇଥିଲା ଡ୍ରୋନରେ ନିଆଯାଇଥିବା ଶ୍ରୀମନ୍ଦିରର ଭିତର ବେଢାର ଦୃଶ୍ୟ। ମନୀଷ ସୋଲାଙ୍କି ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଶ୍ରୀମନ୍ଦିରର ଏହି ସମ୍ବେଦନଶୀଳ ଅଞ୍ଚଳର ଭିଜୁଆଲ ହୋଇଥିଲା ଅପଲୋଡ୍।

୧୬ ମେ ୨୦୨୫

ହରିଆଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାକୁ ହିସାର ପୋଲିସ ଗିରଫ କରିବା ପରେ ସେ ପାକିସ୍ତାନ ପାଇଁ ଜାସୁସୀ କରୁଥିବା ସାମ୍ନାକୁ ଆସିଥିଲା। ଗତ ସେପ୍ଟେମ୍ବର ମାସରେ ସେ ପୁରୀ ଆସି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ବିଭିନ୍ନ ସମ୍ବେଦନ ଶୀଳ ସ୍ଥାନର ଭିଡିଓ ଉତ୍ତୋଳନ କରିଥିଲା। ଏଥିସହ ପୁରୀ ଓ କୋଣାର୍କର ବିଭିନ୍ନ ସ୍ଥାନର ବି ଭିଡିଓ ଉତ୍ତୋଳନ କରିଥିଲା ଜାସୁସ୍ ଜ୍ୟୋତି ମାଲହୋତ୍ରା। ତାକୁ ଏଥିରେ ସହଯୋଗ କରିଥିଲା ପୁରୀର ଆଉ ଜଣେ ୟୁଟ୍ୟୁବର ପ୍ରିୟଙ୍କା ସେନାପତି। ତେବେ ଜ୍ୟୋତିର ପାକିସ୍ତାନୀ ଲିଙ୍କ ନେଇ ପ୍ରମାଣ ମିଳିବା ପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଥିଲା ପ୍ରଶ୍ନ। ଏହାପରେ ଏବେ ଚେତିଛନ୍ତି ରାଜ୍ୟ ସରକାର। ଆଇନ୍ ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣ ଉପରେ ରୋକ୍ ଲଗାଇବା ପାଇଁ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ବ୍ୟବାହର କରିବେ ସରକାର। ଏହି ଟେକ୍ନୋଲୋଜି ଶ୍ରୀମନ୍ଦିର ଉପରେ କୌଣସି ଡ୍ରୋନ୍ ଦେଖିଲେ ତାକୁ ଖସାଇଦେଇ ପାରିବ।

ଡିଜିସିଏର ଡ୍ରୋନ୍ ଆଇନ ୨୦୨୧ ଅନୁଯାୟୀ ଶ୍ରୀମନ୍ଦିର ରେଡ ଜୋନରେ ଆସୁଥିବାକୁ ଏହା ଉପରେ କୌଣସି ବି ଡ୍ରୋନ୍ ଉଡାଇବାକୁ ଅନୁମତି ନାହିଁ । ତେବେ
ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କଡ଼ା ଆଇନ ନଥିବାରୁ ଅଭିଯୁକ୍ତମାନେ ଧରାପଡ଼ିଲେ ବି ଖସିଯାଉଛନ୍ତି। ତେଣୁ ଏନେଇ କଡ଼ା ଆଇନ ପ୍ରଣୟନ ଉପରେ ଜୋର ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ।

ସନାତନ ଧର୍ମର ୪ ଧାମ ମଧ୍ୟରୁ ଅନ୍ୟତମ ଜଗନ୍ନାଥ ଧାମ। କୋଟି କୋଟି ସନାତନୀଙ୍କ ଏହି ଆସ୍ଥାର କେନ୍ଦ୍ର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଖୁବ ସମ୍ବେଦନ ଶୀଳ। ଅତୀତରେ ଶ୍ରୀମନ୍ଦିରର ଉପରେ ବାରମ୍ବାର ଆକ୍ରମଣ ହୋଇଛି । ଏଥିସହ ବିଭିନ୍ନ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଇସଲାମିକ ଆତଙ୍କବାଦୀଙ୍କ ଟାର୍ଗଟରେ ବି ରହିଆସିଛି ଶ୍ରୀମନ୍ଦିର। ଆଉ ଏବେ ଜାସୁସ ଜ୍ୟୋତି ମାଲହୋତ୍ରା ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର।

Sponsored
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଦେଖିଲେ ଖସାଇଦେବ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ | Argus News