Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଗଷ୍ଟ ୧୨ରେ ପାଳନ ହେବ ଆଣ୍ଟି ରାଗିଂ ଦିବସ

Rashmita Mishra
Browse all articles by Rashmita Mishra
·11 months ago·1 min read
ଅଗଷ୍ଟ ୧୨ରେ ପାଳନ ହେବ ଆଣ୍ଟି ରାଗିଂ ଦିବସ

Key Points

ଅଗଷ୍ଟ ୧୨ରୁ ୧୮ ପର୍ଯ୍ୟନ୍ତ ପାଳନ ହେବ ଆଣ୍ଟି ରାଗିଂ ଦିବସ

ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, ସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ UGCର ଚିଠି

ଆଣ୍ଟି ରାଗିଂ ଉପରେ ପିଲାଙ୍କୁ ସଚେତନ ସହ କରାଯିବ ବିଭିନ୍ନ କାର୍ଯ୍ୟକ୍ରମ

ଅଗଷ୍ଟ ୧୨ରେ ପାଳନ ହେବ ଆଣ୍ଟି ରାଗିଂ ଦିବସ । ସମସ୍ତ ବିଶ୍ୱ ବିଦ୍ୟାଳୟ କୁଳପତି ଓ ସଚିବଙ୍କୁ ୟୁଜିସିର ଚିଠି । ଏହା ସହ ସମସ୍ତ ମହାବିଦ୍ୟାଳୟର ଅଧକ୍ଷ ମାନଙ୍କୁ ମଧ୍ୟ ଚିଠି ଜାରି ହୋଇଛି । ଅଗଷ୍ଟ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ପାଳନ ଆଣ୍ଟି ରାଗିଂ ସପ୍ତାହ । କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଆଣ୍ଟି ରାଗିଂ ଉପରେ ପିଲାଙ୍କୁ ସଚେତନ କରାଇବା ସହ କର୍ତ୍ତୃପକ୍ଷ କରିବେ ବିଭିନ୍ନ କାର୍ଯ୍ୟକ୍ରମ । ପୋଷ୍ଟର ମେକିଂ, ପ୍ରବନ୍ଧ ଲିଖନ, କୁଇଜ ପ୍ରତିଯୋଗିତା, ଫଟୋଗ୍ରାଫି ପ୍ରତିଯୋଗିତାରେ ଏହିଭଳି ଥିମ ବେସଡ୍ କାର୍ଯ୍ୟକ୍ରମ କରାଇବେ । ନିଜ ଶିକ୍ଷାନୁଷ୍ଠାନର ସୋସିଆଲ ମିଡିଆରେ ସାଇଟରେ ଏ ସବୁ ଫଟୋ, ଭିଡିଓ ଅପଲୋଡ଼ କରାଯିବ ।


ଛାତ୍ରଛାତ୍ରୀଙ୍କୁ ଜାତୀୟସ୍ତରରେ ଆଣ୍ଟି ରାଗିଙ୍ଗ ୨୦୨୫ ଉପରେ ସଚେତନତା ମୂଳକ ଫଟୋ, ଭିଡିଓ ବନାଇବା ସହ ଅପଲୋଡ଼ କରି ପ୍ରତିଯୋଗିତାରେ ଭାଗ ନେବାକୁ କର୍ତ୍ତୃପକ୍ଷ ଅବଗତ କରାଇବେ । www.antiraging.inରେ ଅପଲୋଡ଼ ହେବ । UGC ୨୦୨୩ ମସିହାରୁ ଏଭଳି ପଦକ୍ଷେପ ନେଇଥିବା ବେଳେ ପ୍ରତିବର୍ଷ ପିଲାଙ୍କୁ ସଚେତନ କରାଇବା ସହ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
anti-ragging-day-to-be-observed-on-august-12 | Argus News