Videos
|
Odisha

ଜେଲରେ ଅସାମାଜିକ କାର୍ଯ୍ୟାକଳାପରେ ଲାଗିବ ରୋକ

Ritu Das
Browse all articles by Ritu Das
·1 year ago·2 min read
ଜେଲରେ ଅସାମାଜିକ କାର୍ଯ୍ୟାକଳାପରେ ଲାଗିବ ରୋକ

ଅର୍ଗସ ବ୍ୟୁରୋ: ଜେଲରେ ଲାଗିବ AI କ୍ୟାମେରା। କେଉଁ ଜେଲରେ କଣ ହେଉଛି କ୍ୟାମେରା ଜରିଆରେ ନଜର ରଖିବେ ଉପରିସ୍ଥ ଅଧିକାରୀ। ୱାର୍ଡରେ କଏଦୀଙ୍କ ଆଚାରବ୍ୟବହାରରେ ପରିବର୍ତ୍ତନ ଦେଖାଗଲେ AI କ୍ୟାମେରା ତୁରନ୍ତ ଜେଲ କର୍ତ୍ତୃପକ୍ଷଙ୍କୁ ସିଗନାଲ ଦେବ। ଏହାସହ କଏଦୀ ଆତ୍ମହତ୍ୟା ଏବଂ ନିଶା କାରବାର କରିବାକୁ ଚେଷ୍ଟା କଲେ AI କ୍ୟାମେରା ତାଙ୍କୁ ଚିହ୍ନଟ କରିବ।


ଏହି କ୍ୟାମେରା ସହ କଏଦୀଙ୍କ ମୁହଁ, ଆଖି ଏବଂ ଫିଙ୍ଗରପ୍ରିଣ୍ଟ ଲିଙ୍କ କରାଯିବ। ଏହା ଦ୍ୱାରା କେଉଁ କଏଦୀ କେବେ ଆସିଲେ କେଉଁ ଅପରାଧରେ ଆସିଲେ ସବୁ କିଛି AI କ୍ୟାମେରା ସାହାଯ୍ୟରେ ଜଣା ପଡିବ। କିଛି ବର୍ଷ ହେଲା ଜେଲରେ ଆତ୍ମହତ୍ୟା ଏବଂ ଗଣ୍ଡଗୋଳର କେସ ବଢୁଛି। ଯାହା ଦ୍ବାରା ବଦନାମ ହେଉଛି ଜେଲ ବିଭାଗ। ଏହାକୁ ରୋକିବା ପାଇଁ AI କ୍ୟାମେରା ଉପରେ ଫୋକସ ଦେଇଛି ଜେଲ ବିଭାଗ। ଏବେ ଜେଲରେ ଆତ୍ମହତ୍ୟା ଗଣ୍ଡଗୋଳରେ ଲାଗିବ ରୋକ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରାଥମିକ ସ୍ତରରେ ଭଦ୍ରକ, ଯାଜପୁର ଏବଂ ଭୁବନେଶ୍ୱରରେ ତିଆରି ହେଉଥିବା ନୂଆ ଜେଲରେ ଲାଗିବ।


ଏହା ଦ୍ୱାରା କେଉଁ କଏଦୀ କେବେ ଆସିଲେ କେଉଁ ଅପରାଧରେ ଆସିଲେ ସବୁ କିଛି AI କ୍ୟାମେରା ସାହାଯ୍ୟରେ ଜଣା ପଡିବ। ରାଜ୍ୟରେ 87ଟି ଜେଲରେ 17ହଜାର କଏଦୀ ରହୁଛନ୍ତି। ସେଥିରୁ ମଡ଼ନାଇଜେସନ ସ୍କିମରେ 31ଟି ଜେଲରେ 1200ରୁ ଅଧିକ ନୂଆ କ୍ୟାମେରା ଲାଗିଛି। ଖର୍ଚ୍ଚ ହୋଇଛି 3କୋଟିରୁ ଅଧିକ ଟଙ୍କା। କଏଦୀଙ୍କ ସ୍ୱାସ୍ଥ୍ୟସେବାକୁ ଆଖିଆଗରେ ରଖି ପୂର୍ବରୁ ଜେଲ ବିଭାଗ 15ଟି ଆମ୍ବୁଲାନ୍ସ ଭଡାକୁ ଆଣିଥିଲା।


ପରବର୍ତ୍ତୀ ସମୟରେ ଆହୂରି 20ଟି ଆମ୍ବୁଲାନ୍ସ ଭଡ଼ାକୁ ଆଣିଛି। ରାଜ୍ୟରେ ଥିବା ବିଭିନ୍ନ ଜେଲ ମାନଙ୍କୁ ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ଜେଲ ପାଖରେ ନିର୍ମାଣ ହେବ ପେଟ୍ରୋଲ ପମ୍ପ। ଯେଉଁଥିରେ ଆଜୀବନ ସଜା କାଟୁଥିବା କଏଦୀ ମାନେ କାମ କରିବେ। ଅନ୍ୟ ରାଜ୍ୟମାନଙ୍କ ଭଳି ଓଡିଶାରେ ଜେଲ ବିଭାଗରେ ଖୁବଶୀଘ୍ର ଆସିବ ସଂସ୍କାର। ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି।