Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Anubhav On Humane Sagar / ହ୍ୟୁମାନଙ୍କ ମୃତ୍ୟୁ ନେଇ ବଡ଼ ବୟାନ ଦେଲେ ଅନୁଭବ, କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ହ୍ୟୁମାନଙ୍କ ମୃତ୍ୟୁ ନେଇ ବଡ଼ ବୟାନ ଦେଲେ ଅନୁଭବ, କହିଲେ...
Anubhav Mohanty-Humane Sagar

Key Points

ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ବି ଜଣା ଯାଉନଥିଲା, ଅନେକ କିଛି ଲୁଚାଇ ରଖାଯାଇଥିଲା ।
ତେଣୁ ସମସ୍ତଙ୍କ ମୁଖା ଖୋଲୁ ବୋଲି ସେ ଦୋହରାଇଛନ୍ତି ।

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ପତ୍ନୀ ଶ୍ରେୟା ମିଶ୍ର । ମୃତ୍ୟୁର ରହସ୍ୟ ପଦାକୁ ଆସିବା ନିହାତି ଜରୁରୀ କହିଲେ ପତ୍ନୀ ଶ୍ରେୟା । ଆଜି ପ୍ରଥମ କରି ହ୍ୟୁମାନଙ୍କ ସମାଧିସ୍ଥଳକୁ ଯାଇଥିଲେ ଶ୍ରେୟା ।

ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ପହଞ୍ଚିଥିଲେ । ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ଶ୍ରୀୟା ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୋ ଭୋ ହୋଇ ମୁଣ୍ଡ ପିଟି କାନ୍ଦିଛନ୍ତି।

ସେ କହିଛନ୍ତି, ନିଜକୁ କ’ଣ କରିଦେଲ ? ଅଭିମାନ କରି ମୋତେ ଏକା କରି ଏମିତି ଚାଲିଗଲ। ଯାହା ସହି ହେଉନାହିଁ। ସେହିପରି ହ୍ୟୁମାନଙ୍କ ମା’ ମଧ୍ୟ ଛାତି ଫଟେଇ କାନ୍ଦୁଛନ୍ତି । କହିଛନ୍ତି, ମୋ ପୁଅକୁ ବୋହୂ ଶ୍ରଦ୍ଧାଞ୍ଜଳି ଦେଇଛି । ମୋ’ ନାତୁଣୀ ଆଉ ମୋ’ ବୋହୂ ମୋତେ ସମ୍ଭାଳିଛନ୍ତି।

ଅନ୍ୟପଟେ ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୁଣି ଉଠିଲା ତଦନ୍ତ ଦାବି। ହ୍ୟୁମାନଙ୍କ ମୃତ୍ୟୁ କେମିତି ହେଲା, ମୃତ୍ୟୁ ପଛରେ କିଏ ଦାୟୀ ସେମାନଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ। ଆଜି କିଛି ଏଭଳି ଦାବି କରିଛନ୍ତି ଅଭିନେତା ଅନୁଭବ ମହାନ୍ତି।

ଟିଟିଲାଗଡ଼ରେ ଆଜି ଓଲିଉଡ୍ କଳାକାରଙ୍କ ପକ୍ଷରୁ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହି ଅବସରରେ ହ୍ୟୁମାନଙ୍କ ମାଆଙ୍କୁ ଅନୁଭବ ଭେଟିବା ପରେ ଏଭଳି ବଡ଼ ବୟାନ ଦେଇଛନ୍ତି। 'ହ୍ୟୁମାନ ଅନେକ କଷ୍ଟରେ ଥିଲେ। ମନରେ ବହୁତ କିଛି ଚାପି ରଖିଥିଲେ। ତାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।' ଅନୁଭବଙ୍କ ଏହି ବୟାନ ହ୍ୟୁମାନଙ୍କ PAଙ୍କ ଭୂମିକାକୁ ନେଇ ପୁଣି ପ୍ରଶ୍ନ ଛିଡ଼ା କରିଛି। ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ବି ଜଣା ଯାଉନଥିଲା, ଅନେକ କିଛି ଲୁଚାଇ ରଖାଯାଇଥିଲା । ତେଣୁ ସମସ୍ତଙ୍କ ମୁଖା ଖୋଲୁ ବୋଲି ସେ ଦୋହରାଇଛନ୍ତି ।

ହ୍ୟୁମାନ ସାଗରଙ୍କ ସମାଧି ପାଖରେ ବଶି କୋହ ଭରା ମନରେ ଅନେକ କିଛି କହିଦେଇଛନ୍ତି ଅନୁଭବ । ଆଖି ପୁରା ଜକେଇ ଯାଉଥିଲା ତାଙ୍କର। ଗୁଣୁ ଗୁଣୁ ହୋଇ କହିଦେଉଥିଲେ ଅନେକ କଥା। ଅଭିମାନ ବି ଅଛି ଅନୁଭବଙ୍କ ମନରେ। କାରଣ ଭଡ଼ ଭାଇ କରି ଆଜି ଅଧା ବାଟରେ ଛାଡ଼ି ଚାଲି ଯାଇଛନ୍ତି ହ୍ୟୁମାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Anubhav On Humane Sagar | Anubhav Mohanty gave a big statement about the death of a humane Sagar | Argus News