Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେପିରେ ମିଶିଲେ ଅନୁଭବ ମହାନ୍ତି

Odisha

ବିଜେପିରେ ମିଶିଲେ ଅନୁଭବ ମହାନ୍ତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେପିରେ ମିଶିଲେ ଅନୁଭବ ମହାନ୍ତି

ଅର୍ଗସ ବ୍ୟୁରୋ:  ବିଜେଡିକୁ ବାଏବାଏ କଲେ ସବୁ ସିନେ ଷ୍ଟାର । ପ୍ରଥମେ ଅରିନ୍ଦମ ରଏ, ତା'ପରେ ସିଦ୍ଧାନ୍ତ ମହାପାତ୍ର ଆଉ ଦୁଇ ଦିନ ପୂର୍ବରୁ ଅନୁଭବ ମହାନ୍ତି ବି ଛାଡିଥିଲେ ବିଜେଡି । ସିଦ୍ଧାନ୍ତ, ଅରିନ୍ଦମ, ଆକାଶଙ୍କ ପରେ ଏବେ ଅନୁଭବ ବିଜେପିମୁହାଁ ହୋଇଛନ୍ତି । ବିଜେପିରେ ମିଶିଲେ ଅନୁଭବ ମହାନ୍ତି।

ସିନେ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଥରେ ରାଜ୍ୟସଭା ସାଂସଦ ଏବଂ ଥରେ ଲୋକସଭାକୁ ନିର୍ବାଚିତ ହେଇଥିଲେ। ବିଭିନ୍ନ ସମୟରେ ବ୍ୟକ୍ତିଗତ କାରଣ ପାଇଁ ବିବାଦରେ ରହିଆସୁଥିଲେ ଅନୁଭବ। ବିଜେଡି ସାଂସଦ ଥିଲେ ମଧ୍ୟ ସେ ଦଳରେ ବିଶେଷ ସକ୍ରିୟ ନଥିଲେ।

୨୦୧୯ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପରାଜିତ କରିଥିଲେ ଅନୁଭବ ମହାନ୍ତି। ଚଳିତ ଥର କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ନିକଟରେ ଅଂଶୁମାନ କଂଗ୍ରେସ ଛାଡ଼ି ବେଜେଡିରେ ଯୋଗ ଦେଇଥିଲେ। ହୁଏତ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଆଶାୟୀ ଥିବା ଅନୁଭବ ମହାନ୍ତିଙ୍କୁ ଟିକେଟ ନମିଳିବାରୁ ସେ ବିଜେଡି ଛାଡ଼ିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଆଜି ସେ ବିଜେପିରେ ମିଶିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
anubhav Mohanty join in bjp | Argus News