Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଁ ଦେଖିଛି ତାଙ୍କ ପାଖରେ ସେ ଗୁଣ ଅଛି

Odisha

ମୁଁ ଦେଖିଛି ତାଙ୍କ ପାଖରେ ସେ ଗୁଣ ଅଛି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ମୁଁ ଦେଖିଛି ତାଙ୍କ ପାଖରେ ସେ ଗୁଣ ଅଛି

ଭଲ ମଣିଷ ଦୁନିଆ ଛାଡ଼ି ଚାଲି ଯାଆନ୍ତି ସତ, ହେଲେ ସେ କରି ଯାଇଥିବା ଜନହିତ କାମ ତାଙ୍କୁ ସବୁବେଳେ ଜନତାଙ୍କ ମନରେ ଜୀବନ ହୋଇ ବଞ୍ଚି ରହେ। ତାଙ୍କୁ ମନେ ପକାଇଲେ ପ୍ରତିଟି ମହୁର୍ତ୍ତରେ ସୃଷ୍ଟି ହୁଏ ତାଙ୍କୁ ହରାଇବାର ଶୂନ୍ୟସ୍ଥାନ। ସତେ ଯେମିତି ଲାଗେ ... ସେ ଆଉ କିଛିଦିନ ରହି ଯାଇଥିଲେ ହେଇ ନଥାନ୍ତା। ସେମିତି ଜଣେ ସରଳ ନିଷ୍କପଟ ବ୍ୟକ୍ତିତ୍ବ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଅବର୍ତ୍ତମାନରେ ଝୁରି ହେଉଛନ୍ତି ନେତା ଝୁରୁଛନ୍ତି ଜନତା। ଦଳମତ ନିର୍ବିଶେଷରେ ସବୁଠି ଚାଲିଛି ସ୍ମୃତି ଚାରଣ।


ଜଣେ ଆଦର୍ଶ ବ୍ୟକ୍ତିଙ୍କ ପ୍ରଭାବ ସବୁବେଳେ ପଡ଼ିଥାଏ ତାଙ୍କ ଆଗାମୀପିଢି ଉପରେ। ସେ ଯେମିତି ସାରା ଜୀବନ ନୀତି ଓ ନୈତିକତାକୁ ପୁଞ୍ଜି କରି ଆଗକୁ ବଢନ୍ତି ତାଙ୍କ ପିଲାମାନେ ମଧ୍ୟ ତାଙ୍କ ଠାରୁ ଶିକ୍ଷା ପାଇ ନିଜକୁ ଅନୁରୂପ ଭାବେ ଗଢି ତୋଳନ୍ତି।


ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକରେ ଶୋକବ୍ୟକ୍ତ କରି ଏକ ଭିଡ଼ିଓ ବାର୍ତ୍ତାରେ ଏମିତି କିଛି କହିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଲୋକସଭା ସାଂସଦ ଥିବା ବେଳେ ଯେତେବେଳେ ପାରିବାରିକ ବିବାଦରେ ଅନୁଭବ ଛନ୍ଦି ହୋଇଥିଲେ, ସେତେବେଳେ ବିପକ୍ଷ ଦଳରେ ଥାଇ ସୁଦ୍ଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧର୍ଯ୍ୟର ସହ ସବୁକିଛି ମୁକାବିଲା କରି ଆଗକୁ ବଢିବାର ସାହସ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ତାକୁ ମନେପକାଇ ଏ ଅସମୟରେ ଧର୍ମେନ୍ଦ୍ର ଓ ତାଙ୍କ ପରିବାରକୁ ସମବେଦନା ଜଣାଛନ୍ତି ଅନୁଭବ ମହାନ୍ତି। ଅନୁଭବ କହିଛନ୍ତି ମୁଁ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ସହ କେବେ ମିଶିବାର ସୁଯୋଗ ପାଇନଥିଲେ ମଧ୍ୟ ତାଙ୍କ ବ୍ୟକ୍ତିତ୍ବକୁ ଅନେକ ଶୁଣିଛି। ମୋ ବାପାଙ୍କ ଠାରୁ ବି ଶୁଣିଛି ତାଙ୍କ ବିକାଶର ବାର୍ତ୍ତା ଓ ତାଙ୍କ ଜୀବନୀ। ତାଙ୍କର ସେ ବିରଳ ବ୍ୟକ୍ତିତ୍ବର ଛାପ ଏବେବି ମୁଁ ଦେଖୁଛି ତାଙ୍କ ପୁଅ ଧର୍ମେନ୍ଦ୍ରଙ୍କ ପାଖରେ।


ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକକୁ ନେଇ ଶୋକ ପ୍ରକାଶ ସହ ସ୍ମୃତି ଚାରଣ କରୁଛନ୍ତି ଦଳମତ ନିର୍ବିଶେଷରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ନେଇ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତି। ଜଣେ ଜନନେତାଙ୍କୁ ହରାଇବା ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି ରାଜ୍ୟବାସୀ।

Sponsored
Anubhav Mohanty's tributes on the death of Debendra Pradhan | Argus News