ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଅପରାଜିତା

ଅର୍ଗସ ବ୍ୟୁରୋ: ସମୟ ଆସିଛି ନିର୍ଣ୍ଣାୟକ ନିଷ୍ପତ୍ତି ନେବାର। ଆମେ ନେତା ବାଛିବାକୁ ଯାଉଛୁ କି କ୍ରିତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ବିଜେଡି ବାରମ୍ବାର କହୁଛି ବିଜେପିର କିଛି ବରିଷ୍ଠ ନେତା ଯେଉଁଥିରେ ମୋ ନାମ ଏବଂ ଧର୍ମେନ୍ଦ୍ର ବାବୁଙ୍କ ନାମ ମଧ୍ୟ ରହିଛି ଯେ, ଆମେ ବିକାଶକୁ ବିରୋଧ କରୁଛୁ । କିନ୍ତୁ ବିକାଶର କାର୍ଯ୍ୟକୁ ବିରୋଧ କରୁନି ବିଜେପି । ବିଜେଡି ବିକାଶ କରିବାର ତରିକାକୁ ବିରୋଧ କରୁଛି ବିଜେପି।
ଜଗନ୍ନାଥ ପରିକ୍ରମା ପ୍ରୋଜେକ୍ଟ 4200 କୋଟିର ବଜେଟ ରାଜ୍ୟ ରଜକୋଷରୁ ସରକାର ଖର୍ଚ୍ଚ କଲେ । ଦକ୍ଷିଣ ଭାରତୀୟ ଆର୍କିଟେକ ସଂସ୍ଥା ଭୂମିପୁତ୍ରକୁ ସରକାର ଦାୟିତ୍ଵ ଦେଲେ ବୋଲି ରାଜ୍ୟ ସରକାର କହିଲେ। ମାତ୍ର ସେହି ସଂସ୍ଥାର ୱେବସାଇଟରେ କିଛି ମଧ୍ୟ ସଠିକ୍ ତଥ୍ୟ ଦିଆଗଲା ନାହିଁ । ରାଜ୍ୟ ସରକାର ଏବଂ ସାନ ବାବୁ ଯିଏକି ବଡ଼ ବାବୁ ହେବାକୁ ବିଫଳ ଚେଷ୍ଟା କରୁଛନ୍ତି ତାଙ୍କୁ ମୋର ପ୍ରଶ୍ନ କାହିଁକି ଏଏସଆଇର 1958 ଆକ୍ଟରେ ଥିବା ନିୟମକୁ ଉଲ୍ଲଂଘନ କରି 100 ମିଟର ପରିଧି ମଧ୍ୟରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ନେଇ କାମ ଆରମ୍ଭ କରି ସଂସ୍ଥାର ୱେବସାଇଟରେ ଭୁଲ DPR ଦେଲେ।
ପୁରୀ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି କାହିଁକି ତିଆରି କାରଗଲାନି ଡିପିଆର। ରାଜ୍ୟ ସରକାର ବିଜେପିକୁ କାହିଁକି ଧନ୍ୟବାଦ ଦେଲେ ନାହିଁ । ଏମାର ମଠ , ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠ, ଭଳି 7ଶହ ରୁ 8ସହ ବର୍ଷର ପୁରୁଣା ମଠକୁ କାହିଁକି ଭାଙ୍ଗି ଦେଲେ ରାଜ୍ୟ ସରକାର । ଓଡ଼ିଶାର ଅସ୍ମିତକୁ ଏହା କୁଠାରାଘାତ ଏହା ମୋର ପ୍ରଶ୍ନ । ଓଡ଼ିଶା ଅସ୍ମିତାର ଦାୟିତ୍ଵ କାହାର ?
ବିଗତ 5 ବର୍ଷ ହେଲାଣି ଶାସନ ବ୍ୟବସ୍ଥା ହାଇଜାକ ହୋଇଗଲାଣି। କାହିଁକି ସାନ ବାବୁଙ୍କ ଅନୁମତି ବିନା କେହି ବି ଭେଟି ପାରିବେନି ମୁଖ୍ୟମନ୍ତ୍ରୀଙ୍କୁ । ବିଜେଡ଼ି Manifestoରେ ଉଲ୍ଲେଖ କଲା ସରକାର ଆସିଲେ ମାଗଣା ବିଜୁଳି ଦେବେ। କିନ୍ତୁ ଏବେ ଓଡ଼ିଶାରେ ପ୍ରତି ୟୁନିଟ୍ ପିଛା 2.82 ପଇସା ନେଉଥିବା ବେଳେ ଚେନ୍ନାଇରେ ୟୁନିଟ ପିଛା 2.52 ପଇସା । ଅହେତୁକ ବିଜୁଳି ଦର ରାଜ୍ୟବାସୀଙ୍କୁ କଷ୍ଟ ଦେଲାଣି । ଏହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ କାହିଁକି ମାତ୍ରାଧିକ ବିଜୁଳି ଦର ସରକାର ନେଉଛନ୍ତି । ୪୨% ଶିକ୍ଷିତ ଯୁବକ ଯୁବତୀ ଓଡ଼ିଶାରେ ବେକାର ଅଛନ୍ତି । ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ଏହା କହୁଛି । ଆମ ରାଜ୍ୟ ଓଡ଼ିଶାରେ ବେକାରୀରେ 22 ରାଜ୍ୟ ମଧ୍ୟରେ ନମ୍ବର 1 ଅଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
