Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥଯାତ୍ରା ପୂର୍ବରୁ ଲଞ୍ଚ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କୁ ସୂଚନା ଦେବାପାଇଁ ଆପ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରଥଯାତ୍ରା ପୂର୍ବରୁ ଲଞ୍ଚ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କୁ ସୂଚନା ଦେବାପାଇଁ ଆପ

Key Points

ପାଖେଇ ଆସୁଛି ରଥଯାତ୍ରା

ପର୍ଯ୍ୟଟକଙ୍କୁ ସୂଚନା ଦେବାପାଇଁ ଆପ ଲଞ୍ଚ

ଯାହାର ନାଁ ହେଉଛି ଶ୍ରୀ ଜଗନ୍ନାଥ ଧାମ ଆପ

ରଥଯାତ୍ରା ପୂର୍ବରୁ ଲଞ୍ଚ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କୁ ସୂଚନା ଦେବାପାଇଁ ଏକକ ଆପ । ଯାହାର ନାଁ ହେଉଛି ଶ୍ରୀ ଜଗନ୍ନାଥ ଧାମ ଆପ । ଖୁବ୍ ଶୀଘ୍ର ଯୋଡ଼ି ହେବ ନୂଆ ନୂଆ ଫିଚର । କୁମ୍ଭ ମେଳା ପରି ଏଥର ରଥରେ ARTIFICIAL INTELLIGENCE ଉପରେ ଫୋକସ୍। ଶ୍ରୀମନ୍ଦିର ଦର୍ଶନ ପାଇଁ ଧାଡ଼ିରେ ଛିଡା ହୋଇଥିଲେ ଏବେ WAITING TIME ବିଷୟରେ ସୂଚନା ଦେବ ଆପ୍ । ଏକକ ଆପ ଦେବ ସମସ୍ତ ସୂଚନା । କେଉଁ ପାର୍କିଂରେ ସ୍ଥାନ ଅଛି ନାହିଁ ଆଗୁଆ ସୂଚନା ମିଳିବ । କେଉଁଠାରେ ଭିଡ଼ ଅଛି, କେଉଁ ପଟକୁ ଯିବାକୁ ହେବ, ସବୁ ରୁଟ୍ ସୂଚନା ଦେବ AI ENABLED ଆପ । 


ଶ୍ରୀମନ୍ଦିରରେ ହେଉଥିବା ମହାପ୍ରଭୁଙ୍କ ନୀତିର ତାରିଖ ଓ ସମୟ ସହ ମହାପ୍ରସାଦ, ଆଳତୀ, ଦର୍ଶନ, ପର୍ବପର୍ବାଣିର ଆପରେ ସବିଶେଷ ସୂଚନା ରହିଛି । ଏହାସହିତ ଦର୍ଶନ ପାଇଁ ଗଲାବେଳେ କଣ କରିବେ, କଣ ନକରିବେ , Do's and Dont's କଲମରେ ସେନେଇ ସୂଚନା ରହିଛି । ଉପଲବ୍ଧ ଭକ୍ତ ନିବାସ, ଏହାର ଠିକଣା, ଫୋନ୍ ନମ୍ୱର୍, ଏ ସମସ୍ତ ବିଷୟରେ ମଧ୍ୟ ରହିଛି ସମସ୍ତ ସୂଚନା । ନିକଟସ୍ଥ ପାର୍କିଂ, ଲକର ଏବଂ ଜୋତା ଷ୍ଟାଣ୍ଡ, ଅନଲାଇନ୍ ଡୋନେସନ୍ ସମେତ ହୁଣ୍ଡି ରୁ ଆୟ ବିଷୟରେ ଜାଣିବା ପାଇଁ ମଧ୍ୟ ତଥ୍ୟ ରହିଛି ।ସେଇଭଳି ବେଳାଭୂମି, ଅନ୍ୟ ଦର୍ଶନୀୟ ସ୍ଥାନ, ଏବଂ ଜିଲ୍ଲାର ବିଭିନ୍ନ ତୀର୍ଥସ୍ଥାନ ବିଷୟରେ ଆପରେ ସୂଚନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ରହିଛି ସୂଚନା । ବିଚ୍, ଲାଇଫ ଗାର୍ଡ, ଏଟିଏମ୍, ରୁଟ ମ୍ୟାପ୍, ପାଣି, ଟଏଲେଟ୍, ଲଷ୍ଟ ଆଣ୍ଡ ଫାଉଣ୍ଡ ପଏଣ୍ଟ ଆଦି ବିଷୟରେ ମଧ୍ୟ ସବିଶେଷ ସୂଚନା ଦେଉଛି ଏହି ଆପ୍ ।

Sponsored
app-launched-ahead-of-rath-yatra-to-provide-information-to-devotees-and-tourists | Argus News