Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ହେବ ଆବେଦନ

Rashmita Mishra
Browse all articles by Rashmita Mishra
·1 year ago·1 min read
ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ହେବ ଆବେଦନ

ଅର୍ଗସ ବ୍ୟୁରୋ: ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ହେବ ଆବେଦନ । ଦୀପାଳି କହିଲେ, ଏକ କି ଦୁଇ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିବି ଚିଠି । ସେପଟେ ସିବିଆଇ ତଦନ୍ତ ପାଇଁ ଦାବି ବି କେବଳ ଦାବିରେ ରହିଛି। ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି, ସରକାର ଲିଖିତ ଭାବେ ଆବେଦନ କରିବାକୁ କହୁଛନ୍ତି।


ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝିଅ ଦୀପାଳିଙ୍କ ବଡ଼ ବୟାନ । CBI ତଦନ୍ତ ପାଇଁ ଚିଠି ଲେଖି ଜଣାଇବୁ କହିଲେ ଦୀପାଳି ଦାସ । ଗୋଟିଏ କିମ୍ବା 2 ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେବୁ । ପରିବାର ସହ ଏ ନେଇ ବିଚାର ଚାଲିଛି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବୁ । ଏହା ଆମ ପରିବାର ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି ଦୀପାଳି । 2 ବର୍ଷ ପୂର୍ବେ ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ନବ ଦାସଙ୍କ ପରିବାକୁ କେବେ ମିଳିବ ନ୍ୟାୟ। ହେଲେ ଦୁଇ ବର୍ଷ ପରେ ବି ରହସ୍ୟରେ ରହିଛି ହତ୍ୟାକାଣ୍ଡର କାରଣ। କାହିଁକି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଗୋପାଳ, ଏବେ ବି ହୋଇନି ସ୍ପଷ୍ଟ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ଅନେକ ତ୍ରୁଟି ସାମ୍ନାକୁ ଆସିଛି। ସେପଟେ ସିବିଆଇ ତଦନ୍ତ ପାଇଁ ଦାବି ବି କେବଳ ଦାବିରେ ରହିଛି।


Sponsored
application-for-cbi-investigation-into-naba-das-murder-case-to-be-filed | Argus News