Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ +2 ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜିଠୁ +2 ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

Key Points

ଯୁକ୍ତ ୨ ନାମଲେଖା ପାଇଁ ଆଜିଠୁ ଆବେଦନ

ଆଜିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ

+2 ନାମଲେଖା ପାଇଁ ଆଜିଠୁ ଆବେଦନ । ଆଜିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ । ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆଜି ଦିନ ୨ଟାରୁ ଆରମ୍ଭ ହେବ ପ୍ରକ୍ରିୟା । ୩୦ ତାରିଖ ଦିନ ୧୧ ଟା ୪୫ ସୁଦ୍ଧା ଆବେଦନ ଶେଷ ହେବ ।


ଏଥିପାଇଁ ପିଲାମାନଙ୍କୁ www.samsodisha.gov.in କୁ ଯିବାକୁ ପଡ଼ିବ । ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ବାହାରିବ । ଜୁଲାଇ ୮ରୁ ୧୪ ଯାଏଁ ଆଡମିସନ୍ ପ୍ରକ୍ରିୟା ଜାରି ରହିବ । ଜୁଲାଇ ୨୪ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ । ରାଜ୍ୟରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସମେତ ସେଲ୍‌ଫ ଫାଇନାନ୍ସିଂ କଲେଜ୍‌, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମେ ୨୪ରୁ ୱେବ୍‌ସାଇଟରେ କମନ୍‌ ଆପ୍ଲିକେଶନ ଫର୍ମ (ସିଏଏଫ୍‌) ଉପଲବ୍ଧ ହେବ । ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ କେବଳ ଅନ୍‌ଲାଇନରେ ଆବେଦନ କରିପାରିବେ । ଅଫ୍‌ଲାଇନରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ ।

Sponsored
application-process-for-2-registration-starts-today | Argus News