ଓଡ଼ିଶା ଶିଳ୍ପକୁ ଶକ୍ତିକୁ ଦେଢ ଲକ୍ଷ କୋଟିର ୮ଟି ପରିବର୍ତ୍ତନକାରୀ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

Key Points
ଓଡ଼ିଶା ଶିଳ୍ପକୁ ଶକ୍ତି
ରାଜ୍ୟର ଅର୍ଥନୀତିକୁ ଏକ ପ୍ରମୁଖ ପ୍ରୋତ୍ସାହନ
41ତମ ଉଚ୍ଚ-ସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣ ବୈଠକ
କୋଟି ଟଙ୍କାର 8ଟି ପରିବର୍ତ୍ତନକାରୀ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
୬୦,୨୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା
ଓଡ଼ିଶା ଶିଳ୍ପକୁ ଶକ୍ତି । ରାଜ୍ୟର ଅର୍ଥନୀତିକୁ ଏକ ପ୍ରମୁଖ ପ୍ରୋତ୍ସାହନ । ଗତକାଲି ଅନୁଷ୍ଠିତ 41ତମ ଉଚ୍ଚ-ସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣ ବୈଠକରେ 8ଟି ପରିବର୍ତ୍ତନକାରୀ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଯାହା 60 ହଜାର 200 ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରଖିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତି, ଦ୍ରୁତ ଶିଳ୍ପ ଅଭିବୃଦ୍ଧି, ବୃହତ ନିବେଶ ଆକର୍ଷିତ କରିବା ଏବଂ ଓଡ଼ିଶାର ଯୁବପିଢ଼ି ପାଇଁ ବଡ଼ ପରିମାଣର ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ସକ୍ରିୟ ଆଭିମୁଖ୍ୟର ପ୍ରତିଫଳନ।
ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେଉଁଝର, ଖୋର୍ଦ୍ଧା ଏବଂ ସମ୍ବଲପୁର ଭଳି ଛଅଟି ଜିଲ୍ଲାରେ ବିସ୍ତାରିତ ଏହି ପ୍ରକଳ୍ପଗୁଡ଼ିକ ଆଲୁମିନିୟମ, ରାସାୟନିକ ପଦାର୍ଥ, ଇସ୍ପାତ, ବୟନଶିଳ୍ପ ଏବଂ ଧାତୁ କ୍ଷେତ୍ରରେ ସହାୟକ ହେବ । ଆଲୁମିନିୟମ କ୍ଷେତ୍ରରେ, ବେଦାନ୍ତ ଲିମିଟେଡ୍ ଢେଙ୍କାନାଳରେ 1 ଲକ୍ଷ 28 ହଜାର କୋଟିର ଐତିହାସିକ ନିବେଶ କରିବ।
ଏଥି ସହିତ 3 MTPA ଆଲୁମିନିୟମ ସ୍ମେଲ୍ଟର ଏବଂ 4 ହଜାର 900 MW କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବାରେ ନେତୃତ୍ୱ ନେଉଛି। ଏହି ଏକମାତ୍ର ମେଗା ପ୍ରକଳ୍ପ 30 ହଜାର ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଯାହା ବିଶ୍ୱ ଆଲୁମିନିୟମ ହବ୍ ଭାବରେ ଓଡ଼ିଶାର ସ୍ଥିତିକୁ ମଜବୁତ କରିବ ।
SRF ଲିମିଟେଡ୍ ଗଞ୍ଜାମରେ 10 ହଜାର କୋଟି ନିବେଶ କରିବ । ବାର୍ଷିକ 2 ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ସ୍ୱତନ୍ତ୍ର ରାସାୟନିକ ଏବଂ ରେଫ୍ରିଜରେଣ୍ଟ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଯାହା 10 ହଜାର କୋଟି ନିବେଶ ସହିତ 20 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଇସ୍ପାତ ଏବଂ ଧାତୁ କ୍ଷେତ୍ରରେ, ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍ ଢେଙ୍କାନାଳରେ 3 ହଜାର 600 କୋଟି ନିବେଶ କରିବ ।
1.26 MTPA ସ୍ପେଶାଲିଟି ଇସ୍ପାତ ପ୍ରକ୍ରିୟାକରଣ ସୁବିଧା ସ୍ଥାପନ କରିବ । ଯାହା 3 ହଜାର 600 କୋଟି ନିବେଶ ସହିତ 2 ହଜାର ନିଯୁକ୍ତି ସୃଷ୍ଟି କରିବ। ଶ୍ୟାମ ଷ୍ଟିଲ୍ ମାନୁଫାକ୍ଚରିଂ ଲିମିଟେଡ୍ କେଉଁଝରରେ 2 ହଜାର 490 କୋଟିରେ ଇସ୍ପାତ ପ୍ଲାଣ୍ଟ, DI ପାଇପ୍ ୟୁନିଟ୍ ପ୍ରସ୍ତାବ ଦେଇଛି, ଯାହା 2 ହଜାର 370 ଜଣଙ୍କୁ ନିଯୁକ୍ତି ଦେବ।