Breaking / ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ
·11 months ago

Key Points
ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ
ଜଗବନ୍ଧୁ ଚାନ୍ଦଙ୍କୁ ଅଟକ ରଖିଛି ମଞ୍ଚେଶ୍ୱର ଥାନା ପୋଲିସ ।
କୋର୍ଟରେ ଅଛି ଉଭୟଙ୍କ ଛାଡ଼ପତ୍ର ମାମଲା
ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ। ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଛି। ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରି ମାରିବାକୁ ଉଦ୍ୟମ ଅଭିଯୋଗ ହୋଇଛି।
ଏହା ସହ ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା ମିଳିଛି। ରାତିରେ ଜୋରଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରୁଥିଲେ ସ୍ବାମୀ। ସେହି ସମୟରେ ଅର୍ଚ୍ଚନା ତାଙ୍କୁ ଏଠାକୁ କାହିଁକି ଆସିଲ ବୋଲି ପଚାରିଥିଲେ। ଏପିରିକି ପିସିଆର୍କୁ ଡାକିବାକୁ ଧମକ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories