Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ

Smruti Parija
Browse all articles by Smruti Parija
·1 year ago·1 min read
ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ

Key Points

ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ

୭ ଜଣଙ୍କ ନାଁରେ ଆଣିଲେ ସଙ୍ଗୀନ ଅଭିଯୋଗ

ଘଟଣା ପଛରେ ଥିବା କାହାଣୀ ବଖାଣିଲେ

ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ । ତାଙ୍କୁ ଗିରଫ କରିବା ପଛର ଗୁମର ଖୋଲିଲେ । ୭ ଜଣଙ୍କ ନାଁରେ ଆଣିଲେ ସଙ୍ଗୀନ ଅଭିଯୋଗ । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଭାବରେ ଜଣାଇଛି । ଗଣମାଧ୍ୟମ ସାମ୍ନାରେ ମିଛ ତଥ୍ୟ ରଖାଯାଇଥିଲା । ଘଟଣା ପଛରେ ଥିବା କାହାଣୀ କହିଛନ୍ତି । ଅକ୍ଟୋବର 6 ରେ ଗିରଫ କରାଗଲା । ତା ପୂର୍ବରୁ 4 ତାରିଖରୁ ଗୃହବନ୍ଦୀ କରାଯାଇଥିଲା । ଅକ୍ଟୋବର 10ରେ ମୁଁ ଜାଣିଲି କିଏ କରିଥିଲେ ଅଭିଯୋଗ । କ'ଣ ଥିଲା ଅଭିଯୋଗ । ମୋ ଘରର ସିସିଟିଭି ଫୁଟେଜର ହାର୍ଡ ଡିସ୍କ ଭାଙ୍ଗି ଦିଆଗଲା ।


ପୁରା ଘଟଣାର ମାଷ୍ଟରମାଇଣ୍ଡ ବିଜେଡି ର ସାଂଗଠନିକ ସମ୍ପାଦକ ବବି ଦାସ, ଅମରେଶ ଜେନା, ମାନସ ମଙ୍ଗରାଜ, ତତ୍କାଳୀନ ଡିସିପି ପ୍ରତୀକ ସିଂ, ଏସିପି ପ୍ରକାଶ ପାଲ, ହିଂମାଂଶୁ ସ୍ବାଇଁ , ତତ୍କାଳୀନ ବାଲିଅନ୍ତା ଆଇଆଇସି ଅନୁପ କାନୁନଗୋ । ଜେଲ ପାରେଡ଼ ନାଁରେ ମୋ ପାଖକୁ ଯାଉଥିଲେ । କୌଣସି କଏଦୀଙ୍କୁ ଭେଟୁ ନଥିଲେ । ପୋଲିସ ଟଙ୍କା ଦେଇ ଜେଲର କର୍ମଚାରୀଙ୍କୁ କିଣି ଦେଇଥିଲେ । ମୋତେ ଜେଲରେ ନିର୍ଯାତନା ଦିଆଯାଉଥିଲା । ମୋତେ ଇଂଜେକଁସନ ଦେଉଥିଲେ । ମୋତେ ଜେଲରେ ମେଡ଼ିସିନ ଦେଉଥିଲେ । ମୋତେ ପାଗିଳି ବୋଲି ସ୍ବୀକାର କରିବାକୁ ବାଧ୍ୟ କରାଯାଇଥିଲା । ରାଜ୍ୟ ଛାଡି ଯିବାକୁ ଚାପ ପକା ଯାଉଥିଲା ବୋଲି କହିଛନ୍ତି ଅର୍ଚ୍ଚନା ନାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
archana-nag-complaint-of-non-compliance-filed-against-7-people | Argus News