Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ବାର୍ଡ ଫ୍ଲୁ ଡର ! ଶହ ଶହ ମଲା କୁକୁଡ଼ାଙ୍କୁ ବସ୍ତାରେ ବାନ୍ଧି ନଦୀ ବନ୍ଧରେ ଫିଙ୍ଗିଦେଲେ

Odisha

ପୁଣି ବାର୍ଡ ଫ୍ଲୁ ଡର ! ଶହ ଶହ ମଲା କୁକୁଡ଼ାଙ୍କୁ ବସ୍ତାରେ ବାନ୍ଧି ନଦୀ ବନ୍ଧରେ ଫିଙ୍ଗିଦେଲେ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପୁଣି ବାର୍ଡ ଫ୍ଲୁ ଡର ! ଶହ ଶହ ମଲା କୁକୁଡ଼ାଙ୍କୁ ବସ୍ତାରେ ବାନ୍ଧି ନଦୀ ବନ୍ଧରେ ଫିଙ୍ଗିଦେଲେ

Key Points

ଗୋପ ଅଞ୍ଚଳରେ ଦୈନିକ ମରୁଛନ୍ତି ଶତାଧିକ କୁକୁଡ଼ା । ଯାହାକୁ ନେଇ ଗୋପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ବେଳେ ପୁଣି ବାର୍ଡ ଫ୍ଲୁ ଡର ଦେଖା ଦେଇଛି ।

ନିମାପଡ଼ା: ପୁରୀ ଜିଲ୍ଲାରେ ପୁଣି କୁକୁଡ଼ା ମଡ଼କ । ଗୋପ ଅଞ୍ଚଳରେ ଦୈନିକ ମରୁଛନ୍ତି ଶତାଧିକ କୁକୁଡ଼ା । ଯାହାକୁ ନେଇ ଗୋପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ବେଳେ ପୁଣି ବାର୍ଡ ଫ୍ଲୁ ଡର ଦେଖା ଦେଇଛି । ତେବେ ଶତାଧିକ କୁକୁଡ଼ା ବାର୍ଡ ଫ୍ଲୁରେ ମରିଛନ୍ତି ନା ଆଉ କେଉଁ କାରଣରୁ ମୃତ୍ୟୁ ହୋଇଛି । ତାହା ସ୍ପଷ୍ଟ ହୋଇନି । ପ୍ରଶାସନ ପକ୍ଷରୁ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉଛି ।


ଗୋପ ବ୍ଲକ ଅଞ୍ଚଳରେ କୁକୁଡ଼ା ମୃତ୍ୟୁକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ବ୍ଲକର ନେତପୁର-ବାଲିକପିଳେଶ୍ଵର କୁଶଭଦ୍ରା ନଦୀ ବନ୍ଧରେ ଶହ ଶହ ମୃତ କୁକୁଡ଼ାଙ୍କୁ ବସ୍ତାରେ ବାନ୍ଧି ଫିଙ୍ଗି ଦିଆ ଯାଇଛି । ଫଳରେ ଦୁର୍ଗନ୍ଧମୟ ପରିବେଶରେ ୟାତାୟାତ ଅସମ୍ଭବ ହୋଇ ପଡ଼ିଛି ।


ତେବେ ଫାର୍ମରେ କୁକୁଡ଼ା ମଡ଼କ ପରେ ଗୁଣ୍ଡ ମଶା ଅଧିକ ଥିବା କହିଛନ୍ତି ଚାଷୀ । ଦୈନିକ ୫୦ରୁ ୧୦୦ କୁକୁଡ଼ା ସପ୍ତାହେ ହେଲା ମରୁଛନ୍ତି । ତେବେ କୁକୁଡ଼ା କାହିଁକି ମରୁଛି ଚାଷୀ ଜାଣି ପାରୁ ନଥିବା କହିଛନ୍ତି । ଆଶଙ୍କା କରୁଛନ୍ତି ବାର୍ଡ ଫ୍ଲୁ କିମ୍ବା ମଶା ପାଇଁ କୁକୁଡ଼ା ମଡ଼କ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୁକୁଡ଼ା ମଡ଼କ ଅଭିଯୋଗ ପରେ ପ୍ରଣୀଧନ ବିଭାଗର ଅଧିକାରୀ ନାଗପୁର ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏକାଧିକ କୁକୁଡ଼ା ଚାଷୀଙ୍କ ଫାର୍ମ ବୁଲି ଦେଖିବା ସହ ଗୋପ, ନାଗପୁର, ଛଇତନା, ଟିକନା ପ୍ରାଣୀଧନ କ୍ଷେତ୍ର ପରିଦର୍ଶକଙ୍କୁ ଡକାଇ ଆଲୋଚନା କରିଥିବା କହିଛନ୍ତି ପୁରୀ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ।


ସମସ୍ତ କୁକୁଡ଼ା ଫାର୍ମ ଯାଞ୍ଚ ସହ ଅଞ୍ଚଳର ଆଖପାଖରେ ଥିବା ଫାର୍ମରୁ ନମୁନା ସଂଗ୍ରହ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ମୃତ କୁକୁଡ଼ା ନମୁନା ପରୀକ୍ଷା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଦାଶ । ତେବେ ଆନ୍ଧ୍ରପ୍ରଦେଶରେ ବାର୍ଡ ଫ୍ଲୁ ବ୍ୟାପିଥିବା ବେଳେ ଆମ ରାଜ୍ୟରେ କିଭଳି ନ ହେବ ସେଥିପ୍ରତି ସତର୍କ ଥିବା ଓ ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ।

Argus Whatsapp Channel Mobile Top
Sponsored
Are Bird Flu Again Spread In Puri Gop Block | Argus News