Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ସିବିଆଇ ତଦନ୍ତ ପାଇଁ ଲିଖିତ ଅଭିଯୋଗ ନକରିବାକୁ ନବଙ୍କ ପରବାର ଉପରେ ବିଜେଡିର ଚାପ'

Sushanta Sahoo
Browse all articles by Sushanta Sahoo
·1 year ago·2 min read
'ସିବିଆଇ ତଦନ୍ତ ପାଇଁ ଲିଖିତ ଅଭିଯୋଗ ନକରିବାକୁ ନବଙ୍କ ପରବାର ଉପରେ ବିଜେଡିର ଚାପ'

ଭୁବନେଶ୍ଵର: କ୍ରାଇମବ୍ରାଞ୍ଚର ନୋଟିସ ପରେ ଆସନ୍ତାକାଲି ହାଜର ହେବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଳ। ତେବେ ଏହା ପୂର୍ବରୁ ବିଜେପି ସାଂସଦଙ୍କ ବୟାନ ନିଆଁରେ ଘିଅ ଢାଳିଛି । ପ୍ରଦୀପ ପ୍ରଶ୍ନ କରିଛନ୍ତି ସିବିଆଇ ତଦନ୍ତ ପାଇଁ ଗଣମାଧ୍ୟମରେ କହୁଥିବା ଦୀପାଳି ରାଜ୍ୟ ସରକାରଙ୍କ କହିବା ମୁତାବକ ଲିଖିତ ଅଭିଯୋଗ କରୁ ନାହାନ୍ତି କାହିଁକି ? ସିବିଆଇ ତଦନ୍ତ ହେଲେ ବିଜେଡିର ଦୁଇ ବଡ଼ ନେତା ଜେଲ ଯିବା ସୁନିଶ୍ଚିତ ।


ତେଣୁ ଲିଖିତ ଅଭିଯୋଗ ନକିବାକୁ ନବଙ୍କ ପରିବାର ଉପରେ ବିଜେଡି ଚାପ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ପ୍ରଦୀପ । ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ଜଣେ ଆଇଏଏସ୍ ଅଧିକାରୀ ଓ ବିଜେଡିର ଜଣେ ବଡ଼ ନେତା ନବ ଦାସ କାଳେ ମୁଖ୍ୟମନ୍ତ୍ରୀ ହୋଇଯିବେ ଭାବି ତାଙ୍କୁ ରାସ୍ତାରୁ ହଟାଇ ଦେଇଥିବା ନେଇ ପ୍ରଦୀପ ଦେଇଛନ୍ତି ବିସ୍ଫୋରକ ବୟାନ । ଗୋପାଳ ଦାସ ଜରିଆରେ ଯେଉଁମାନେ ମାରିଲେ ସେମାନଙ୍କ ବିଷୟରେ ରାଜ୍ୟବାସୀ ଜାଣିବାର ଅଧିକାର ଅଛି । ଯଦି ସିବିଆଇ ତଦନ୍ତ ହେବ ତାହେଲେ ଏହାର ପର୍ଦ୍ଦାଫାସ ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ ଲଗାଇ ବାପା ଙ୍କ ହତ୍ୟା କରାଯାଇଥିବା ଓ ସିବିଆଇ ତଦନ୍ତ ଚାହୁଁଥିବା କଥା ଦୀପାଳି କହିବା ପରେ ଲିଖିତ ଭାବେ ଜଣାଇବାକୁ କହିଥିଲେ ଆଇନ ମନ୍ତ୍ରୀ । ଏପରିକି ବାପାଙ୍କ ଶ୍ରାଦ୍ଧ ଦିବସ ରେ ଦୀପାଳି କହିଥିଲେ ପରିବାର ସହ ବିଚାର ବିମର୍ଷ ଚାଲିଛି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ସିବିଆଇ ତଦନ୍ତ ପାଇଁ ଜଣାଇବୁ ।


କିନ୍ତୁ ମାସାଧିକ କାଳ ବିତିଥିଲେ ବି ଦୀପାଳି କାହିଁକି ଲିଖିତ ଭାବେ ଜଣାଉ ନାହାନ୍ତି ତାକୁ ପ୍ରଶ୍ନ ଉଠିଥିବା ବେଳେ ପ୍ରଦୀପ ପୁରୋହିତ ଙ୍କ ବୟାନ ଘଟଣାକୁ ଅଧିକ ରୋଚକ କରିଛି । ତେବେ ଦେଖିବାର କଥା ଆସନ୍ତାକାଲି ଦୀପାଳି ଓ ବିଶାଳ କ୍ରାଇମବ୍ରାଞ୍ଚ ସାମ୍ନାରେ ପୂର୍ବରୁ ହୋଇଥିବା ତଦନ୍ତ ନେଇ ଆପତ୍ତି ଉଠାଉଛନ୍ତି ନା ପୂର୍ବ ତଦନ୍ତରେ ହାଁ ଭରି ମାମଲା ବନ୍ଦ କରିବାର ରାସ୍ତା ଖୋଲି ଦେଉଛନ୍ତି ?

Sponsored
Are BJD Pressurized Naba Das Family To Not Wrire CBI For Investigation | Argus News