Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ସକ୍ରିୟ କି ଖଲିସ୍ତାନୀ ସ୍ଲିପର ସେଲ୍ ?

Smruti Parija
Browse all articles by Smruti Parija
·1 year ago·2 min read
ଓଡ଼ିଶାରେ ସକ୍ରିୟ କି ଖଲିସ୍ତାନୀ ସ୍ଲିପର ସେଲ୍ ?

Key Points

  • ଓଡ଼ିଶାରେ ସକ୍ରିୟ କି ଖଲିସ୍ତାନୀ ସ୍ଲିପର ସେଲ୍ ?
  • ପନ୍ନୁ ନାଁରେ ବରିଷ୍ଠ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍
  • ଓଡ଼ିଶାରେ ପନ୍ନୁ ସହଯୋଗୀ ଥିବା ନେଇ ବଢ଼ିଲା ଆଶଙ୍କା
  • ଡିଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଅଡିଓ କଲ୍‌ରେ ଚେତାବନୀ
  • ଧମକ ଦେଇ ଚର୍ଚ୍ଚାରେ ରହିବାକୁ ଖିଲିସ୍ତାନୀ ବିଚ୍ଛିନ୍ନତାବାଦୀ କରୁଛି କି ଉଦ୍ୟମ ?
  • ଧମକପୂର୍ଣ୍ଣ ମେଲ୍ ଚେକ୍ ସହ କ୍ରାଇମବ୍ରାଞ୍ଚ ଟିମର ଛାନଭିନ୍

ଅର୍ଗସ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ପ୍ରଥମଥର ପାଇଁ ଜାରି ରହିଛି ଡିଜି-ଆଇଜିପି ସମ୍ମିଳନୀ । ଜାତୀୟସ୍ତରୀୟ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଧମକ ଦେଇଛନ୍ତି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ । ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜିପି ସମ୍ମିଳନୀ ଲୋକସେବା ଭବନରେ ଚାଲିଥିବାରୁ ଯିଏ ଏଠାରେ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଇମେଲରେ ଲେଖାଯାଇଛି । ଆତଙ୍କବାଦୀ ପନ୍ନୁ ନାଁରେ ଓଡ଼ିଶାର ସାମ୍ବାଦିକ ଅକ୍ଷୟ ସାହୁ ଓ ଲିଙ୍ଗରାଜ ମହାନ୍ତିଙ୍କ ପାଖକୁ ଆସିଛି ଏହି ଧମକପୂର୍ଣ୍ଣ ଇମେଲ । ଭୁବନେଶ୍ବର ବିମାନବନ୍ଦରରେ ଉଡ଼ାଣ ବନ୍ଦ କରିବା ସହ ଡିଜି-ଆଇଜିପି ସମ୍ମିଳନୀକୁ ୧ ତାରିଖରେ ଭଣ୍ଡୁର କରିବାକୁ ଧମକ ମିଳିବା ପରେ ରାଜଧାନୀ ଭୁବନେଶ୍ବରରେ ଜାରି ହୋଇଛି ଆଲର୍ଟ । 

ମେଲ୍ ରେ ଧମକ ମିଳିବା ନେଇ ସାମ୍ବାଦିକ ଅକ୍ଷୟ ସାହୁ ପୋଲିସ କମିଶନରଙ୍କୁ ଜଣାଇବା ପରେ ଆରମ୍ଭ ହୋଇଛି ଛାନଭୀନ । ଅକ୍ଷୟ ସାହୁଙ୍କ ଅଫିସରେ ପହଞ୍ଚି ମେଲ୍ ଚେକ୍ କରିବା ସହ ଯାଞ୍ଚ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ମେଲ୍ ମେସେଜରେ ଓଡ଼ିଆ ଭାଷାରେ ଥମ୍ବନେଲ ଲେଖାଯାଇଥିବାରୁ, ଏହାକୁ ନେଇ ବଢ଼ିଛି ଚର୍ଚ୍ଚା । ପନ୍ନୁର ସ୍ଲିପିଂ ସେଲ୍ ଓଡ଼ିଶାରେ ଥିବା ଚର୍ଚ୍ଚା ଭିତରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ ରାଜଧାନୀରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଭୁବନେଶ୍ବର ବିମାନବନ୍ଦର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଏୟାରପୋର୍ଟରେ CISF ଯବାନ ମୁତୟନ ହେବା ସହ ଡଗ୍ ସ୍କ୍ବାଡ୍ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି । 

ପନ୍ନୁର ଇମେଲ ଧମକ ପରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ଓଡ଼ିଶାରେ ଏବେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକଠାରୁ ଓଡ଼ିଶାରେ ସ୍ଲିପର ସେଲର ସକ୍ରିୟତାକୁ ନେଇ ଉଠୁଛି ପ୍ରଶ୍ନ । କେହି ଓଡ଼ିଆ ବ୍ୟକ୍ତି ପନ୍ନୁ ଯୋଗାଯୋଗରେ ଥିବା ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ଖୋଳତାଡ଼ ଜୋରଦାର କରିଛି । ସାଇବର, କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ପରେ ଖୁବଶୀଘ୍ର ସାମ୍ନାକୁ ସତ ଆସିବା ସମ୍ଭାବନା ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Are Khalistani sleeper cells active in Odisha? | Argus News