Videos
|
Odisha

ମହାଶିବରାତ୍ରି ବ୍ରତ କରୁଛନ୍ତି କି? ପ୍ରସ୍ତୁତ କରି ଖାଆନ୍ତୁ ଏହି ସ୍ବାଦିଷ୍ଟ ବ୍ୟଞ୍ଜନ

Ritu Das
Browse all articles by Ritu Das
·1 year ago·2 min read
ମହାଶିବରାତ୍ରି ବ୍ରତ କରୁଛନ୍ତି କି? ପ୍ରସ୍ତୁତ କରି ଖାଆନ୍ତୁ ଏହି ସ୍ବାଦିଷ୍ଟ ବ୍ୟଞ୍ଜନ

ମହାଶିବରାତ୍ରି ହେଉଛି ହିନ୍ଦୁ ଧର୍ମର ଏକ ବଡ଼ ପର୍ବ। ଯାହାକୁ ଶିବଙ୍କର ମହାନ ରାତ୍ରି ଭାବେ କୁହାଯାଏ। ଚଳିତବର୍ଷ ମହାଶିବରାତ୍ରି ପର୍ବ ଫେବୃଆରୀ ୨୬ ତାରିଖରେ ପାଳନ କରାଯିବ। ଏହି ପର୍ବ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପାଇଁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହି ପର୍ବ ପାଳନ କରାଯିବାର ମାନ୍ୟତା ରହିଛି। ଶାସ୍ତ୍ର ଅନୁସାରେ ଏହି ଦିନ ଦେବୀ ପାର୍ବତୀ ଏବଂ ମହାଦେବଙ୍କର ବିବାହ ସମ୍ପନ୍ନ ହୋଇଥିଲା।
ଭଗବାନ ଭୋଳାନାଥଙ୍କ ଭକ୍ତ ମାନେ ଏହି ବ୍ରତ ଦିନ ତାଙ୍କ ଆରାଧ୍ୟ ଦେବତାଙ୍କ ମନ୍ତ୍ର ଦିନ ସାରା ଜପ କରିବାସହ ଶିବଲିଙ୍ଗରେ ଜଳ ଅର୍ପଣ କରିଥାନ୍ତି। ଏହାସହିତ ଭକ୍ତ ମାନେ ଶିବରାତ୍ରିରେ କାଷ୍ଠା କରି ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିଥାନ୍ତି। ଯଦି ଆପଣ ଏହି ଭକ୍ତଙ୍କ ମଧ୍ୟରେ ସାମିଲ ଅଛନ୍ତି। ଯଦି ଆପଣ ଏହି ବ୍ରତ ଦିନ କିଛି ସ୍ବାଦିଷ୍ଟ ରେସିପି ଖାଇବାକୁ ଚାହୁଁଛନ୍ତି। ଆମେ ଆପଣଙ୍କ ପାଇଁ କିଛି ସ୍ବାଦିଷ୍ଟ ରେସିପି ଆଣିଛୁ ଯାହାକୁ ଆପଣ ଖାଇଲେ ଏକଦମ ଏନର୍ଜେଟିକ ରହିବେ। ତେବେ ଚାଲନ୍ତୁ ଜାଣିବା ମହାଶିବରାତ୍ରି ବ୍ରତରେ ଆପଣ କେଉଁ ଶାକାହାରୀ ଜିନିଷ ଭକ୍ଷଣ କରିପାରିବେ।


ସାବୁଦାନା ଖେଚୁଡି: ସାବୁଦାନା ଶରୀର ପାଇଁ ବେଶ ହିତକାରୀ। ଏବଂ ଏହା ବହୁତ ହାଲକା ହୋଇଥାଏ। ଏହାକୁ ଖାଇଲେ ଖୁବଶୀଘ୍ର ହଜମ ମଧ୍ୟ ହୋଇଥାଏ। ଏଥିପାଇଁ ସବୁ ବ୍ରତରେ ସାବୁ ଦାନା ଖେଚୁଡ଼ି ସେଥିପାଇଁ ବ୍ରତରେ ବେଶ ଲୋକପ୍ରିୟ ହୋଇଥାଏ। ସାବୁଦାନା ଖେଚୁଡିକୁ ତେବେ ବନେଇବେ କେମିତି-
ସାବୁଦାନା ଖେଚୁଡ଼ି: ସାବୁଦାନାକୁ ରାତିରେ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ସକାଳେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଗ୍ୟାସରେ ଏକ ପ୍ୟାନ ବସାନ୍ତୁ। ପ୍ୟାନରେ ଅଳ୍ପ ଘିଅ ପକାନ୍ତୁ। ଏହାପରେ ଜିରା, ସିଝା ଆଳୁ, ଏବଂ କିଛି ବାଦାମ ପକାନ୍ତୁ। ଏହାପରେ ଏହାକୁ ଟିକେ ସମୟ ଫ୍ରାଏ କରନ୍ତୁ। ପାଞ୍ଚ ମିନିଟ ପରେ ଏଥିରେ ବତୁରା ସାବୁ ଦାନାକୁ ପକାଇ ଦିଅନ୍ତୁ। କିଛି କଟା ଧନିଆ ପତ୍ର ଦେଇ ସାବୁଦାନା ଖେଚୁଡ଼ିକୁ ସର୍ଭ କରନ୍ତୁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫ୍ରୁଟ ଚାଟ: ଆପଣ ମହାଶିବରାତ୍ରି ବ୍ରତରେ ଫ୍ରୁଟ ଚାଟ ଖାଇକି ପୌଷ୍ଟିକତା ବି ପାଇପାରିବେ। ତେବେ ଫ୍ରୁଟ ଚାଟ ବନେଇବେ କେମିତି ତାଲନ୍ତୁ ଏହାର ପ୍ରିପାରେସନ ଜାଣିବା। କିଛି ସେଓ କାଟି ଦେବ, ଏହାପରେ କିଛି କଦଳୀକୁ ଗୋଲ ଭାବେ କାଟିଦିଅନ୍ତୁ। ଏଥିରେ ଆପଣ କିଛି ଡାଳିମ୍ବ ଦାନା କିଛି ପାଚିଲା ଅମୃତଭଣ୍ଡା ଆପଣ ଚାହିଁଲେ ଏଥିରେ କିଛି ଅଙ୍ଗୁର, କିଓ୍ବି ଆପଣ ଆଡ୍‌ କରିପାରିବେ। ଏହା ଉପରେ ଆପଣ କିଛି ସୈନ୍ଧ ଲବଣ, କିଛି ଗୋଲମରିଚ ଗୁଣ୍ଡ ଏବଂ ହାଲକା ଲେମ୍ବୁ ଚିପୁଡ଼ିକି ସର୍ଭ କରିଦିଅନ୍ତୁ ଆପଣଙ୍କ ଫେଭରେଟ ଫ୍ରୁଟ ଚାଟ। ଏହାକୁ ଖାଇଲେ ଶରୀରକୁ ଏନର୍ଜି ମିଳିବା ସହ ବହୁତ ସମୟ ପର୍ଯ୍ୟନ୍ତ ପେଟ ଭରିବା ଭଳି ରହିବ।


ଲସି: ଲସି ଦହିରୁ ପ୍ରସ୍ତୁତ ଏକ ହେଲଦି ଡ୍ରିଙ୍କ ଅଟେ। ଯାହା ସମସ୍ତଙ୍କୁ ଭାରି ପସନ୍ଦ ହୋଇଥାଏ। ଆପଣ ଏହାକୁ ଜିରା ଏବଂ ଅଳେଇଚ ଗୁଣ୍ଡ ଆଡ କରି ପ୍ରସ୍ତୁତ କରିପାରିବେ। କିମ୍ବା ଆପଣ ଦହିରେ ଚିନି କିମ୍ବା ଗୁଡ଼ ପକାଇ ଏକ ସୁନ୍ଦର ପାନୀୟ ପ୍ରସ୍ତୁତ କରିପାରିବେ। ଲସି ପ୍ରୋବାୟୋଟିକର ଏକ ଏଭଳି ଅଂଶ ଯାହା ପାଚନରେ ମଧ୍ୟ ସହାୟତା କରିଥାଏ। ଆପଣ ଦହିରେ ନଡ଼ିଆ କୋରା, କାଜୁ କିସମିସ ମଧ୍ୟ ଆଡ୍‌ କରିପାରିବେ।


ଆଳୁରେ ପ୍ରସ୍ତୁତ ବ୍ୟଞ୍ଜନ: ଆଳୁ ପ୍ରାୟତଃ ସମସ୍ତଙ୍କର ପ୍ରିୟ ହୋଇଥାଏ। ସେମିତି କହିବାକୁ ଗଲେ ରୋଷେଇ ଘରେ ଆଳୁ ହେଉଛି ରାଜା। ଆଳୁ ବିନା ପ୍ରତି ବ୍ୟଞ୍ଜନ ଅସମ୍ପୂର୍ଣ୍ଣ। ଆଳୁରେ ଆପଣ ଭିନ୍ନ ଭିନ୍ନ ରେସିପି ପ୍ରସ୍ତୁତ କରିପାରିବେ। ଆଳୁ ଜିରା, ଏଥିରେ କେବଳ ଆପଣ ଗୋଲମରିଚ ଗୁଣ୍ଡ, ଏବଂ ସୈନ୍ଧ ଲବଣ ପକାଇ ବ୍ରତ ଦିନ ଖାଆନ୍ତୁ। ଦେଖିବେ ନିଶ୍ଚିତ ଆପଣଙ୍କୁ ସ୍ବାଦିଷ୍ଟ ଲାଗିବ।