ବାରମ୍ବାର ହେୟାର ଷ୍ଟ୍ରେଟନିଂ କରୁଛନ୍ତି କି ? ହରମୋନ ଅସନ୍ତୁଳନ ହେବା ସହ ହ୍ରାସ ପାଇବ ପ୍ରଜନନ ଶକ୍ତି !

Key Points
ବାରମ୍ବାର ହେୟାର ଷ୍ଟ୍ରେଟନିଂ କରୁଛନ୍ତି କି
ଆପଣଙ୍କୁ ହୋଇପାରେ ସର୍ଭାଇକାଲ୍ କ୍ୟାନସର୍
ହରମୋନ ଅସନ୍ତୁଳନ ହେବା ସହ ପ୍ରଜନନ ଶକ୍ତି ମଧ୍ୟ ବିଗିଡିପାରେ
କେଶ ମହିଳାଙ୍କର ଅତି ପ୍ରିୟ । କାରଣ ଏହା ଶରୀରର ଏକ ଅଂଶ ନୁହେଁ ବରଂ ଆପଣଙ୍କ ପର୍ସନାଲିଟିକୁ ମଧ୍ୟ ବାଖ୍ୟା କରିଥାଏ । ସେଥିପାଇଁ ମହିଳାମାନେ ବିଶେଷ କରି ନିଜ କେଶକୁ ବେଶୀ ଭଲପାଇଥାନ୍ତି । ଏହାକୁ ଆହୁରି ସୁନ୍ଦର କରିବା ପାଇଁ ବଜାରରେ ଏବେ ଅନେକ ପ୍ରକାରର ସୁବିଧା ଉପଲବ୍ଧ । ମାତ୍ର କେଇ ଟଙ୍କା ଖର୍ଚ୍ଚ କଲେ ରେଶମୀ-ଚମକଦାର କେଶ ପାଇପାରିବେ ।
ହେୟାର ଷ୍ଟ୍ରେଟନିଂ , ସ୍ମୁଦନିଂ , କେରାଟିନ୍ ଆଦି କରି କେଶକୁ ଆହୁରି ସୁନ୍ଦର କରୁଛନ୍ତି ମହିଳାମାନେ । କିଛି ଟଙ୍କା ଖର୍ଚ୍ଚ କଲେ ହୁଏ ତ ଆପଣଙ୍କ କେଶ ବହୁତ ସୁନ୍ଦର ହୋଇଯିବ । କିନ୍ତୁ ଏହା ଆପଣଙ୍କର ହରମୋନ୍ ଏବଂ ପ୍ରଜନନ ଶକ୍ତିକୁ ବିଗାଡ଼ିପାରେ । ଏକ ରିସର୍ଚ୍ଚୁ ଏହା ଜଣାପଡିଛି । କାରଣ କେରାଟିନ୍, ପର୍ମାନେଣ୍ଟ୍ ହେୟାର ଷ୍ଟ୍ରେଟନିଂ ଏବଂ ସ୍ମୁଦନିଂ ରେ ଫର୍ମାଲଡିହାଇଡ୍, ପ୍ୟାଲେଟ୍ ଏବଂ ପାରାବେନ୍ ଭଳି ରୟାସନିକ ପଦାର୍ଥ ବ୍ୟବହାର ହୁଏ ।
ପ୍ରଥମତଃ ଯେତେବେଳେ ଏହି ରାସାୟନିକ ପଦାର୍ଥଗୁଡ଼ିକୁ କେଶରେ ଲଗାଯାଏ । ଏବଂ ପରେ ଏହାକୁ ଗରମ ବା ଷ୍ଟ୍ରେଟ୍ ହେବା ପାଇଁ ଆଇରନିଂ କରାଯାଏ ଏକ ପ୍ରକାର ଗ୍ୟାସ ନିର୍ଗତ ହୁଏ । ଏହି ଗ୍ୟାସ ଏକପ୍ରକାରର ବିଷାକ୍ତ ଗ୍ୟାସ୍ । ଯାହାକୁ ଆମେ ଆମ ନିଶ୍ୱାସରେ ଶ୍ୱାସକ୍ରିୟାରେ ଗ୍ରହଣ କରୁ । ଏହି ରାସାୟନିକ ପଦାର୍ଥ ଗୁଡ଼ିକ ଶରୀରର ପ୍ରାକୃତିକ ହରମୋନ୍ ଯେପରିକି ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ କୁ ବ୍ୟାହତ କରେ । ଏହା ଅନିୟମିତ ମାସିକ ଋତୁସ୍ରାବ ସୃଷ୍ଟି କରିପାରେ ଏବଂ PCOS ର ଅବସ୍ଥାକୁ ଆହୁରି ଖରାପ କରିପାରେ । ପ୍ରଜନନ କ୍ଷମତାକୁ କ୍ଷତି ପହଞ୍ଚାଇପାରେ ।
ଆପଣ ଭାବୁଥିବେ ଯେ ପର୍ମାନେଣ୍ଟ ହେୟାର ଷ୍ଟ୍ରେଟନିଂ ନକରି ହେୟାର ଷ୍ଟ୍ରେଟନର ମେସିନ୍ ବ୍ୟବହାର କରିପାରିବେ । ସେଗୁଡିକ ଶରୀର ପାଇଁ ହୁଏ ତ ସୁରକ୍ଷିତ କିନ୍ତୁ କେଶ ପାଇଁ ନୁହେଁ । ସେଗୁଡ଼ିକର ଅତ୍ୟଧିକ ବ୍ୟବହାର କେଶର ଗୁଣବତ୍ତା ହ୍ରାସ କରିବାରେ କରିଥାଏ । କେଶର ତୈଳ ଅଂଶ କମିଯାଏ । କେଶ ଅଧିକ ଶୁଷ୍କ ହୋଇ ଉପୁଡିବା ଆରମ୍ଭ କରେ । କିମ୍ବା ଅଧାରୁ କେଶ ଛିଡିବା ସହ ଫାଟିଯାଏ ।
📱 Get Argus News App
✨ସେହିପରି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ହେୟାର ଷ୍ଟ୍ରେଟ୍ କରିବା ବିପଦପୂର୍ଣ୍ଣ । କାରଣ ଗର୍ଭବତୀ ସମୟରେ ବା ଛୁଆ ଜନ୍ମ କରିବା ପରେ ଯେଉଁ ମହିଳାମାନେ ବାରମ୍ବାର ହେୟାର ଷ୍ଟ୍ରେଟ୍ କରୁଛନ୍ତି ତାଙ୍କୁ ସରଭାଇକାଲ୍ କ୍ୟାନସର ହେବାର ଅଧିକ ସମ୍ଭାବନା ରହିଛି । ବିଭିନ୍ନ ପ୍ରକାରର ରସାୟନିକ ପଦାର୍ଥ ବ୍ୟବହାର କରିବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ପତ୍ରିକା ଜର୍ଣ୍ଣାଲ ଅଫ୍ ଦି ନ୍ୟାସନାଲ୍ କ୍ୟାନସର୍ ଇନଷ୍ଟିଚ୍ୟୁଟ୍ରେ ଏକ ଅଧ୍ୟୟନ ପ୍ରକାଶିତ ହୋଇଥିଲା । ଏହି ଅଧ୍ୟୟନ ଅନୁଯାୟୀ, ଯେଉଁ ଗର୍ଭବତୀ ମହିଳା ବା ଡେଲିଭରି ପରେ ହେୟାର ଷ୍ଟ୍ରେଟ୍ କରୁଛନ୍ତି ବା କେଶରେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରୁଛନ୍ତି ସେମାନଙ୍କୁ ଗର୍ଭାଶୟ କର୍କଟ ହେବାର ଆଶଙ୍କା ଅଧିକ ରହିଛି । କାରଣ କେଶରେ ବ୍ୟବହାର ହେଉଥିବା ଉତ୍ପାଦରେ କ୍ୟାନସର ସୃଷ୍ଟିକାରୀ ଗୁଣ ରହିଛି । ସେଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା ସ୍ତନ କର୍କଟ, ଡିମ୍ବାଶୟ କର୍କଟ ଏବଂ ହରମୋନ୍ ଅସନ୍ତୁଳନ ହେବାର ଆଶଙ୍କା ବଢ଼ିଯାଏ ।
ଏହି ରିସର୍ଚ୍ଚ ପାଇଁ 35-74 ବର୍ଷ ବୟସର 33947 ମହିଳାଙ୍କୁ ସାମିଲ କରାଯାଇଥିଲା। ଖି ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା । ଗତ 12 ମାସରେ ସେମାନେ କେଶରେ ବ୍ୟବହାର କରିଥିବା ପ୍ରଡକ୍ଟ ଉପରେ ପ୍ରଶ୍ନ ପଚରାଯାଇଥିଲା । ଏଥିମଧ୍ୟରୁ 378 ଜଣ ମହିଳା ଗର୍ଭାଶୟ କର୍କଟ ବା ସର୍ଭାଇକାଲ୍ କ୍ୟାନସରରେ ପିଡୀତ ଥିବା ଜଣାପଡିଛି । ଯେଉଁମାନେ କି 12 ମାସରେ 4 ଥର ହେୟାର ଷ୍ଟ୍ରେଟ୍ କରିବା ସହ ବିଭିନ୍ନ ପ୍ରକାରର ହେୟାର ପ୍ରଡକ୍ଟ ବ୍ୟବହାର କରିଛନ୍ତି ।
ଜାତୀୟ କର୍କଟ ପ୍ରତିଷ୍ଠାନ ଅନୁଯାୟୀ, 100 ଜଣ ମହିଳାଙ୍କ ମଧ୍ୟରୁ 3 ଜଣ ମହିଳା ଗର୍ଭାଶୟ କର୍କଟ ରୋଗରେ ପୀଡିତ ହେବାର ସମ୍ଭାବନା ଥାଏ । ଭାରତ ଅପେକ୍ଷା ପଶ୍ଚିମ ଦେଶଗୁଡ଼ିକରେ ଗର୍ଭାଶୟ କର୍କଟ ରୋଗ ଅଧିକ ଦେଖାଯାଏ । ସେଥିପାଇଁ ସମୟ ଆସିଛି ନିଜ ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନ ହୁଅନ୍ତୁ । ସତର୍କ ହୁଅନ୍ତୁ । କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ ।