ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ
·1 year ago·1 min read

ଅର୍ଗସ ବ୍ୟୁରୋ: ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ । ପୁଣି ପଦାରେ ପଡିଲା କଂଗ୍ରେସ କନ୍ଦଳ । ଆଜି ଅଧିବେଶନ ଚାଲିଥିବା ସମୟରେ ବିଧାୟକ ଦାଶରଥୀ ଗମାଙ୍ଗୋ ଓ ବିଧାୟକ ରାଜନ ଏକ୍କା ମଧ୍ୟରେ ଯୁକ୍ତିତର୍କ ଲାଗିଥିବା ଦେଖିବାକୁ ମିଳିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ସ୍ଥିତିରେ ସୁଧାର ଆଣିବା ପାଇଁ ଶେଷରେ ଅନ୍ୟ ବିଧାୟକ ମାନେ ହସ୍ତକ୍ଷେପ କରିବାକୁ ପଡିଥିଲା ।
ଦାଶରଥି ଗମାଙ୍ଗଙ୍କୁ ପବିତ୍ର ସାଉଁଟା ଆସି ବୁଝାଇ ଥିବାବେଳେ ସି ଏସ୍ ରାଜନ ଏକାଙ୍କୁ ତାରା ବାହିନୀପତି ବୁଝାଇଥିଲେ । ବିଧାନସଭା ବାହାରେ କଂଗ୍ରେସ ମଧ୍ୟରେ ଗଣ୍ଡଗୋଳ, ଯୁକ୍ତିତର୍କ ନୂଆ କଥା ନୁହେଁ । ଏବେ ବିଧାନସଭା ଭିତରେ କଂଗ୍ରେସ ମଧ୍ୟରେ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ କଂଗ୍ରେସରେ ଥିବା ବଡ ଫାଟକୁ ପଦାରେ ପକାଇଛି । ଦୁଇଦିନ ତଳେ ବିଧାୟକ ତାରାପ୍ରସାଦ ବାହିନୀପତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ସମାଲୋଚନା କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: