Argus Agri Vikas Conclave 2025; 'କୃଷି' ଓଡିଶାର ପରିବର୍ତ୍ତନର ବୀଜ

Key Points
ଏଗ୍ରି ବିକାଶ କନକ୍ଲେଭ-୨୦୨୫ ର ଚର୍ତୁର୍ଥ ସଂସ୍କରଣ
ଅର୍ଗସ ଏଗ୍ରି ବିକାଶ କନକ୍ଲେଭ-୨୦୨୫ ର ଚର୍ତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ କୃଷି ଓ କୃଷକଙ୍କ ଭବିଷ୍ୟତକୁ ନେଇ ମେଗା ଆଲୋଚନା ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଚାଷୀଙ୍କ ସମସ୍ୟା ନେଇ ସବୁ ବର୍ଗ ସହ ଆଲୋଚନା ନେଇ ମୁଁ ପ୍ରସ୍ତୁତ । ପୂର୍ବ ସରକାର ଅପେକ୍ଷା 2 ଗୁଣ ବଢାଯାଇଛି ରାଜ୍ୟର କୃଷି ବଜେଟ । ପୂର୍ବ ସରକାରର କୃଷି ବଜେଟ 7135 କୋଟି ଟଙ୍କା ଥିଲା । ଆମ ସରକାରର ଚଳିତବର୍ଷର କୃଷି ବଜେଟ 14,950 କୋଟି ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ ।
ପ୍ରତିଶ୍ରୁତି ମୁତାବକ ଆମେ ଧାନର ସହାୟକ ମୂଲ୍ୟ ରାଶି ବଢାଇଛୁ । ଉଭୟ ଖରିଫ୍ ଓ ରବିରେ ଧାନର ସହାୟକ ମୂଲ୍ୟ ରାଶି ବଢାଇଛୁ । ଚାଷୀଙ୍କ ସମସ୍ୟା ନେଇ ସବୁ ବର୍ଗ ସହ ଆଲୋଚନା ନେଇ ମୁଁ ପ୍ରସ୍ତୁତ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସେହିଭଳି କୃଷି ପ୍ରଗତିର ମୂଳଭିତ୍ତି କହିଛନ୍ତି ସମବାୟ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ବିକଶିତ ଭାରତ ଲାଗି କୃଷିର ଭୂମିକା ଅନନ୍ୟ । କୃଷିର ବିକାଶ ଲାଗି ସହଭାଗିତା ଜରୁରୀ । ସବୁ ସବ୍ଡିଭିଜନ୍ରେ ଶୀଳଭଣ୍ଡାର ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି । ଅନ୍ନ ଓ ଅନ୍ନଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।
📱 Get Argus News App
✨ଅନ୍ୟପଟେ କୃଷି ଯନ୍ତ୍ରପାତିର ବ୍ୟବହାର ଉପରେ ଜୋର୍ ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ । ବିସ୍ମୃତ ଖାଦ୍ୟଶସ୍ୟର ସଂଗ୍ରହ ଓ ସଂରକ୍ଷଣ ପାଇଁ ପରାମର୍ଶ ଦେଇଛନ୍ତି କୃଷି ସଚିବ । କୃଷକ ପରିବାରର ସନ୍ତାନମାନେ ଯେପରି ଆଗକୁ ବଢିବେ ସେନଇ ଚିନ୍ତା କରାଯାଉଛି । କୃଷକ ପରିବାରର ସନ୍ତାନମାନଙ୍କ ଉଚ୍ଚଶିକ୍ଷା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବା କହିଥିବାବେଳେ କୃଷକ ହେଉଛନ୍ତି ଓଡିଶା ଅର୍ଥନୀତିର ମେରୁଦଣ୍ଡ । ସରକାର ଓ କୃଷକ ମଧ୍ୟରେ ଗଣମାଧ୍ୟମ ଏକ ସେତୁ ପରି କାର୍ଯ୍ୟ କରେ ବୋଲି ମତ ରଖିଥିଲେ ଅର୍ଗସ ନ୍ୟୁଜ ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ।
ଅର୍ଗସ ଏଗ୍ରି ବିକାଶ କନକ୍ଲେଭ-୨୦୨୫ ର ଚର୍ତୁର୍ଥ ସଂସ୍କରଣରେ ୧୦୦୦ ରୁ ଅଧିକ ଚାଷୀ, କୃଷି ବିଜ୍ଞାନୀ, ଛାତ୍ରଛାତ୍ରୀ ଯୋଗ ଦେବା ସହ ୧୫ ଜଣ ସଫଳ ଚାଷୀଙ୍କୁ ଅର୍ଗସ ନ୍ୟୁଜ ପକ୍ଷରୁ ସମ୍ବର୍ଦ୍ଦନା ଦିଆଯାଇଥିଲା ।