ଅର୍ଗସର ଏଗ୍ରି ବିକାଶ ସିଜିନ-୪, ବିଷୟବସ୍ତୁ ରହିଛି 'ଫାର୍ମ ଟୁ ଫ୍ୟାଶନ'

Key Points
ଆରମ୍ଭ ହୋଇଯାଇଛି ଅର୍ଗସର ଏଗ୍ରି ବିକାଶ ସିଜିନ-୪
କୃଷି ଏବଂ କୃଷକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବ
ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ଅର୍ଗସର ଏଗ୍ରି ବିକାଶ ସିଜିନ-୪। ଯାହା କୃଷି ଏବଂ କୃଷକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଏହାର ସମାଧାନ ଦିଗରେ ଏକ ଭିନ୍ନ ପ୍ରୟାସ। ଏହି ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଆଲୋଚକ ଭାବେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ , ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲୀକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ତର ଅରବିନ୍ଦ ପାଢ଼ୀ। ଚଳିତ ବର୍ଷର ବିଷୟ ବସ୍ତୁ ରହିଛି 'ଫାର୍ମ ଟୁ ଫ୍ୟାଶନ" ଯାହା କୃଷି, ଜଳବାୟୁ ପରିବର୍ତ୍ତନ ଏବଂ କୃଷି ସମନ୍ୱୟ ଉପରେ ଧ୍ୟାନ କେନ୍ଦ୍ରିତ କରିବ।
ଏହାସହ ଓଡ଼ିଶାରେ କୃଷି - ବର୍ତ୍ତମାନର ପରିସ୍ଥିତି, ଓଡ଼ିଶାରେ ରାସାୟନିକ ମୁକ୍ତ କୃଷିର ଭବିଷ୍ୟତ, ପାରମ୍ପରିକ କୃଷିରୁ ପ୍ରାକୃତିକ କୃଷିକୁ ପରିବର୍ତ୍ତନ ଉପରେ ଆଲୋଚନା ହେବ । ଏହି ଅବସରରେ ହେଉଥିବା ଆଲୋଚନା ଚକ୍ରରେ ସଂଯୋଜକ ଭାବେ ରହିଛନ୍ତି ଅର୍ଗସର ଏଜ୍ୟୁକେଟିଭ ଏଡିଟର ବରିଷ୍ଠ ସାମ୍ୱାଦିକ ଦୁର୍ଗାଶିଷ ।
