Argus Odisha Health Connect / ଅର୍ଗସ୍ ଓଡ଼ିଶା ହେଲ୍ଥ କନେକ୍ଟ-୫; ଓଡ଼ିଶାରେ ସ୍ଵାସ୍ଥ୍ୟ ସେବାର ସ୍ଥିତିକୁ ନଇ ହେବ ମନ୍ଥନ
·1 hour ago·2 min read

Key Points
ଅର୍ଗସ୍ ନ୍ୟୁଜ୍ ନେଇ ଆସିଛି ଅର୍ଗସ୍ ହେଲ୍ଥ କନେକ୍ଟ-୫ । ଯେଉଁଠି ଏକାଠି ହେବେ ସ୍ଵାସ୍ଥ୍ୟ ବିଶେଷଜ୍ଞ, ସ୍ଵାସ୍ଥ୍ୟ କର୍ମୀ ଓ ଜନତା । ସ୍ଵାସ୍ଥ୍ୟସେବାରେ ବାଧକ ସାଜିଥିବା ବିନ୍ଦୁ ସହ ଆଲୋଚନା ହେବ, ନିଷ୍କର୍ସର ବାଟ ଖୋଜାଯିବ ।
ଭୁବନେଶ୍ଵର: ସ୍ଵାସ୍ଥ୍ୟ ହିଁ ସମ୍ପଦ, ସ୍ଵାସ୍ଥ୍ୟ ଅଛି ତ ସବୁ ଅଛି । ବଦଳୁଥିବା ଜୀବନଶୈଳୀ ସହ ସୁସ୍ଥ ଅଛି ତ ଓଡ଼ିଶା ? ଆଜିର ସମୟରେ କ'ଣ ରହିଛି ଓଡ଼ିଶାବାସୀଙ୍କ ପାଇଁ ସ୍ଵାସ୍ଥ୍ୟ ଆବଶ୍ୟକତା ? ଜନସଂଖ୍ୟା ଅନୁଯାୟୀ ଥିବା ସ୍ଵାସ୍ଥ୍ୟ ଭିତ୍ତିଭୂମି ସମ୍ଭାଳି ପାରିବ ତ ରୋଗ ଭାର ? ଏମିତି ଅନେକ ପ୍ରଶ୍ନ ସହ ସମାଧାନର ରାସ୍ତା ଖୋଜିବାକୁ ଅର୍ଗସ୍ ନ୍ୟୁଜ୍ ନେଇ ଆସିଛି ଅର୍ଗସ୍ ହେଲ୍ଥ କନେକ୍ଟ-୫ ।
ଯେଉଁଠି ଏକାଠି ହେବେ ସ୍ଵାସ୍ଥ୍ୟ ବିଶେଷଜ୍ଞ, ସ୍ଵାସ୍ଥ୍ୟ କର୍ମୀ ଓ ଜନତା । ସ୍ଵାସ୍ଥ୍ୟସେବାରେ ବାଧକ ସାଜିଥିବା ବିନ୍ଦୁ ନେଇ ଆଲୋଚନା ହେବ, ନିଷ୍କର୍ସର ବାଟ ଖୋଜାଯିବ । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଲକ୍ଷ୍ୟ ନେଇ ଅର୍ଗସ୍ ନ୍ୟୁଜ୍ ପକ୍ଷରୁ ଆୟୋଜନ ହେଉଛି ଅର୍ଗସ୍ ହେଲ୍ଥ କନେକ୍ଟର ପଞ୍ଚମ ସଂସ୍କରଣ ।
ସେପ୍ଟେମ୍ବର ୧୯ ତାରିଖରେ ଅର୍ଗସ୍ ହେଲ୍ଥ କନେକ୍ଟ-୫ ଆୟୋଜନ ହେଉଛି । ଏହି କାର୍ଯ୍ୟକ୍ରମରେ "ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ସ୍ଥିତି କ’ଣ" ? ଏବଂ "ସୁଗନ୍ଧର ଗୁଞ୍ଜନ" ଦୁଇଟି ବିଷୟ ବସ୍ତୁ ଉପରେ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରାଯିବ । ଆଲୋଚନାରେ ବିଶେଷଜ୍ଞ ଉପସ୍ଥିତ ରହି ସେମାନଙ୍କ ମତ ରଖିବେ ।
ଶନିବାର ସକାଳ ୧୧ଟାରେ ଆରମ୍ଭ ହେବ ଅର୍ଗସ୍ ନ୍ୟୁଜ୍ର ଅର୍ଗସ୍ ହେଲ୍ଥ କନେକ୍ଟ-୫ । ଯେଉଁଥିରେ ଅର୍ଗସ୍ ନ୍ୟୁଜ୍ର ସିଇଓ ପ୍ରକାଶ ସାହୁ ଉପସ୍ଥିତ ରହିବେ । ଅର୍ଗସ୍ ନ୍ୟୁଜ୍ର ସମ୍ପାଦକ ଶିଶିର ଭଟ୍ଟମିଶ୍ର ସ୍ଵାଗତ ଅଭିଭାଷଣ ଦେବେ । ଅର୍ଗସ୍ ନ୍ୟୁଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ ସଂକ୍ଷିପ୍ତ ବିବରଣୀ ପାଠ କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡାବର ଇଣ୍ଡିଆର ହେଲ୍ଥକେୟାର୍ ଆଣ୍ଡ ମେଡିକାଲ୍ ଆଫେୟାର୍ସର ମୁଖ୍ୟ (R&D) ଡକ୍ଟର ବୈଦ୍ୟନାଥ ମିଶ୍ର ଏବଂ ନୀତି ଆୟୋଗ, ନୂଆଦିଲ୍ଲୀର ଯୁଗ୍ମ ସଚିବ (ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ) ଡକ୍ଟର କେ.କେ ତ୍ରିପାଠୀ ଯୋଗ ଦେଇ ଅଭିଭାଷଣ ରଖିବେ । ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତରଙ୍କ ସହ ସ୍ଵାସ୍ଥ୍ୟମିତ୍ରଙ୍କୁ ମୁଖ୍ୟ ଅତିଥି ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମ୍ମାନିତ କରିବେ ।
"ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ସ୍ଥିତି କ’ଣ" ? ଏହା ହେଉଛି ଆମ ଆଲୋଚନାର ପ୍ରଥମ ବିଷୟ । ଏଥିରେ ଭାଗ ନେଇ ମତ ରଖିବେ ଓଡ଼ିଶା ସ୍ଵାସ୍ଥ୍ୟ ସେବାର ନିର୍ଦ୍ଦେଶକ ଡ. ମହେଶ ମୋହନ ପଣ୍ଡା, ଡ୍ରିମ୍ସ ନିର୍ଦ୍ଦେଶକ ଡ. ଲୁସି ଦାସ, IMD ସାଧାରଣ ସମ୍ପାଦକ ଡ. ପ୍ରତ୍ୟୁଷ କୁମାର ରାୟ, କିମ୍ସର ଡକ୍ଟର ଉଦିତ୍ ପଣ୍ଡା, ମଣିପାଲ୍ ହସ୍ପିଟାଲ୍ର ଡକ୍ଟର ହରପ୍ରୀତ କୌର ଏବଂ ଓଡ଼ିଶା ସ୍ଵେଚ୍ଛାସେବୀ ସ୍ଵାସ୍ଥ୍ୟ ସଂଗଠନର କ୍ଷମାକାର ସ୍ଵାଇଁ । ଆଲୋଚନା ପରିଚାଳନା କରିବେ ବରିଷ୍ଠ ଉପସ୍ଥାପିକା ନୀଳିମା ପ୍ରିୟଦର୍ଶନୀ ।
ସେହିଭଳି ଦ୍ଵିତୀୟ ପ୍ରସଙ୍ଗ "ସୁଗନ୍ଧର ଗୁଞ୍ଜନ"ରେ ସାମିଲ୍ ହେବେ ହାଉସ୍ ସର୍ଜନ ବିପ୍ଳବ କୁମାର ସାମଲ, ଭବାନୀପାଟଣା ରେଣ୍ଡୋ ମାଝୀ କଲେଜର ମେଡିକାଲ୍ ଛାତ୍ରୀ ମଧୁମିତା ସବର, ଏମ୍ସ ଭୁବନେଶ୍ଵରର ମେଡିକାଲ୍ ଛାତ୍ର ସୋମନାଥ ପ୍ରଧାନ, ଛାତ୍ରୀ ଜଶ୍ମିନ ପାଣିଗ୍ରାହୀ । ଆଲୋଚନା ପରିଚାଳନା କରିବେ ଅର୍ଗସ୍ ଡିଜିଟାଲ୍ର କାର୍ଯ୍ୟନିର୍ବାହୀ ସମ୍ପାଦକ ସଂଗ୍ରାମ ଷଡ଼ଙ୍ଗୀ ।

Related Topics
Explore more stories