Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କନକ୍ଲେଭରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ସଠିକ୍ ମାର୍ଗ ଉପରେ ଆଲୋଚନା

Smruti Parija
Browse all articles by Smruti Parija
·1 year ago·2 min read
କନକ୍ଲେଭରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ସଠିକ୍ ମାର୍ଗ ଉପରେ ଆଲୋଚନା

ଅର୍ଗସ ବ୍ୟୁରୋ: ରାଜ୍ୟର ଗ୍ରାମାଞ୍ଚଳରେ ୩ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଟେନସନ । ଉଚ୍ଚ ରକ୍ତଚାପ, ମଧୁମେହ ଓ କ୍ୟାନସର । ଚିକିତ୍ସା ଅଭାବରୁ ବେଳେ ବେଳେ ଏଗୁଡ଼ିକ ପ୍ରାଣ ଘାତକ ବି ସାଜନ୍ତି । ସେଥିପାଇଁ କେବଳ ସ୍ବାସ୍ଥ୍ୟ ସୁବିଧା ଦେଲେ ହେବନି ସ୍ବାସ୍ଥ୍ୟ ସଚେତନତା ଜରୁରୀ । ଆଜି ଅର୍ଗସ ପକ୍ଷରୁ ଆୟୋଜିତ  ‘ଓଡ଼ିଶା ହେଲ୍ଥ କନେକ୍ଟ ସିଜିନ୍-୩’ କନକ୍ଲେଭରେ ଯୋଗଦେଇ ଏହା କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 2036ରେ ଯୁବକଙ୍କ ତୁଳନାରେ ବୟସ୍କଙ୍କ ସଂଖ୍ୟା ଅଧିକ ହେବ । ସେ ସମୟରେ ଜେରିଆଟ୍ରିକ ଟ୍ରିଟମେଣ୍ଟ ଆମ ପାଇଁ ଏକ ବଡ଼ ସମସ୍ୟା ହେବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । ସରକାର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାର ଯୋଜନା ରଖିଥିବା ବେଳେ 5 ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଆଗାମୀ ଦିନରେ ଓଡ଼ିଶାକୁ ହେଲ୍‌ଥ ଡେଷ୍ଟିନେସନ କରିବାକୁ ସରକାର ଚେଷ୍ଟା କରୁଥିବା କହିଛନ୍ତି ପୃଥ୍ବୀରାଜ ।

ଆଜି ଅର୍ଗସ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଆଲୋଚନା ଚକ୍ରରେ ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ. ଯୋଗଦାନ କରି ସରକାର 2036 ପାଇଁ ବିକଶିତ ଓଡ଼ିଶା ଓ 2047 ପାଇଁ ବିକଶିତ ଭାରତର ଯୋଜନା ରଖିଥିବା ମତ ରଖିଛନ୍ତି । ସେହିପରି କାର୍ଯ୍ୟକ୍ରମରେ ICMR ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ର ପତି ଯୋଗଦାନ କରି ସ୍ବାସ୍ଥ୍ୟସେବା ଜଣକର ଦାୟିତ୍ବ ନୁହେଁ ବରଂ ଏକ ଟିମ୍ ୱାର୍କ ବୋଲି ଅଭିଭାଷଣ ରଖିଛନ୍ତି । ସ୍ବାସ୍ଥ୍ୟସେବାରେ ଟାଲେଣ୍ଟ, ଟେକ୍ନୋଲୋଜି, ଭିତ୍ତିଭୂମିର ଆବଶ୍ୟକତା ଥିବା ମତ ବାଢ଼ିଛନ୍ତି ହିନ୍ଦୁଜା ହସ୍ପିଟାଲ ଏଣ୍ଡ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସିଇଓ ଗୌତମ ଖାନ୍ନା । 

କାର୍ଯ୍ୟକ୍ରମ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମନିପାଲ ହସ୍ପିଟାଲ, ଭୁବନେଶ୍ବରର ନିର୍ଦ୍ଦେଶକ ଡାକ୍ତର ଶକ୍ତିମୟ ମହାପାତ୍ର, ଅଶ୍ବିନୀ ଗ୍ରୁପ ଅଫ୍ ହସ୍ପିଟାଲ୍ସର ନିର୍ଦ୍ଦେଶକ ଡାକ୍ତର ସୁବ୍ରତ ଜେନା, ଆଭିଭା ଇଣ୍ଡିଆର ସିଇଓ ଆଣ୍ଡ ଏମଡି ଅସିତ ରଥ, ପତଞ୍ଜଳି ଯୋଗପୀଠର ରାଜ୍ୟମୁଖ୍ୟ ସୁଧାଂଶୁ ଅଧିକାରୀ, ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ ବାଇଲାରୀ ସାଇନ୍ସେସର ଆଡିସିନାଲ ପ୍ରଫେସର ଡାକ୍ତର ଅଶୋକ ଚୌଧୁରୀ, ନ୍ୟାସନାଲ ଇନସୁରାନ୍ସ କୋପରେଟିଭ୍ ଲିମିଟେଡ, କୋଲକାତାର  ନାସନାଲ ଇନସୁରାନ୍ସର ଜେନେରାଲ ମ୍ୟାନେଜର କସ୍ତୁରୀ ସେନଗୁପ୍ତା, ପଣ୍ଡିତ ଦୀନଦୟାଲ ହସ୍ପିଟାଲ, ରାୟପୁର ପଣ୍ଡିତ ଦୀନଦୟାଲ ହସ୍ପିଟାଲର ଭିସି ଡକ୍ଟର ପ୍ରଦୀପ କୁମାର ପାତ୍ର, ଏଣ୍ଡୋଜେନସ ଷ୍ଟେମ୍ ସେଲ୍ ସ୍ପେସାଲିଷ୍ଟ ଡାକ୍ତର ଶିବାଶିଷ ଗିରି, ସାନୁମ ସାଙ୍ଗୁଇନିଆଜ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡର ସୁବିଥା କୁମାର ବି  ଓ ଖ୍ୟାତନାମା ଫିଲ୍ମ ପ୍ରଯୋଜକ ବିରେନ ଦାସ ପ୍ରମୁଖ ଯୋଗଦାନ କରି ଚିକିତ୍ସା କ୍ଷେତ୍ରରେ ନୂତନତ୍ବ ଆଣିବା ପାଇଁ ସ୍ବାସ୍ୟ ପ୍ରଯୁକ୍ତିର ବ୍ୟବହାର ନେଇ ଆଲୋଚନା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କନକ୍ଲେଭରେ ବାତ୍ୟା ଦାନା ସମୟରେ ଅସମ୍ଭବ କର୍ତ୍ତବ୍ୟବୋଧତାର ପରିଚୟ ଦେଇଥିବା କେନ୍ଦ୍ରାପଡ଼ାର ଆଶାକର୍ମୀ ଶିବାନୀ ମଣ୍ଡଳ ଓ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଲ୍ଲିକଙ୍କୁ ସ୍ବାସ୍ଥ୍ୟମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ରଙ୍କୁ ହେଲ୍ଥ ଲିଜେଣ୍ଡାରୀ ଆୱାର୍ଡ ଓ  ଡାକ୍ତର କିଶୋର ଚନ୍ଦ୍ର ଦାସଙ୍କୁ ପିପୁଲ୍ସ ଡକ୍ଟର ଆୱାର୍ଡ ପ୍ରଦାନ କରାଯାଇଛି । ଅର୍ଗସର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ସିଓଓ ପ୍ରକାଶ ସାହୁ ।

Sponsored
argus-health-connect-season-03-discussion-about- right path to better healthcare | Argus News