Videos
|
Odisha

ସରିଛି  ଅର୍ଗସର ହେଲଥ୍ କନେକ୍ଟ ସିଜିନ -୩

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସରିଛି  ଅର୍ଗସର ହେଲଥ୍ କନେକ୍ଟ ସିଜିନ -୩

ଅର୍ଗସ ବ୍ୟୁରୋ:  ଅର୍ଗସର ହେଲଥ୍ କନେକ୍ଟ ସିଜିନ -୩ ।  ଚଳିତବର୍ଷର ଥିମ୍ ରହିଥିଲା ପ୍ରିସିସନ୍ , ପ୍ରିଭେନସନ ଓ ପ୍ରୋଗ୍ରେସ- The Path to better helthcare । ତିନିଟି ପର୍ଯ୍ୟାୟରେ ହୋଇଥିଲା ଏହି ମେଗା କନକ୍ଲେଭ। ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ରହିଥିଲେ । ଅର୍ଗସ ନ୍ୟୁଜ୍ ଏଡିଟର ଇନ୍ ଚିଫ୍ ସଞ୍ଜୟ ଜେନା ସ୍ବାଗତ ଭାଷଣ ଦେବା ସହ ଦୀପ ପ୍ରଜ୍ଵଳନ କରିଥିଲେ । କାର୍ଯ୍ୟକ୍ରମକୁ ଉଦଘାଟ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉଦଘାଟନୀ ଉତ୍ସବରେ ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ., ମୁମ୍ବାଇ ସ୍ଥିତ ପି.ଡି. ହିନ୍ଦୁଜା ହସ୍ପିଟାଲ ଏଣ୍ଡ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସିଇଓ ଗୌତମ ଖାନ୍ନା, ଆଇସିଏମଆର ନିର୍ଦ୍ଦେଶିକ ଡାକ୍ତର ସଙ୍ଘମିତ୍ରା ପତି ପ୍ରମୁଖ ମତ ରଖିଛନ୍ତି । ଏହି ଅବସରରେ ଡାକ୍ତର କିଶୋର ଚନ୍ଦ୍ର ଦାସଙ୍କୁ ପିପୁଲସ୍ ଡକ୍ଟର ସମ୍ମାନ ପ୍ରଦାନ କରାଯାଇଛି । ଦାନା ବାତ୍ୟା ବେଳେ ଲୋକଙ୍କୁ ସେବା ଯୋଗାଇଥିବା ଆଶା କର୍ମୀ ଶିବାନୀ ମଣ୍ଡଳ, ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଲ୍ଲିକଙ୍କୁ ସ୍ବାସ୍ଥ୍ୟମିତ୍ର ସମ୍ମାନ ଦିଆଯାଇଛି । ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ରଙ୍କୁ ହେଲଥ୍ ଲିଜେଣ୍ଡାରୀ ସମ୍ମାନ ଦିଆଯାଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅର୍ଗସ ନ୍ୟୁଜ ସିଇଓ ପ୍ରକାଶ ସାହୁ ଉଦଘାଟନୀ ଉତ୍ସବରେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଜି ଯେତେବେଳେ ସ୍ୱାସ୍ଥ୍ୟ ସମସ୍ୟା କଥା କହୁଛେ। ଓଡିଶା ପ୍ରଦେଶର ବିଭିନ୍ନ ଅଞ୍ଚଳ ବିଶେଷ କରି ଗ୍ରାମାଞ୍ଚଳ କଥା ଯଦି କହିବା ତେବେ ତିନୋଟି ମୁଖ୍ୟ ରୋଗ ଆମ ସମସ୍ତଙ୍କ ଆଖି ଆଗରେ ଦେଖାଯାଉଛି। ଗୋଟିଏ ହେଉଛି ଉଚ୍ଚ ରକ୍ତଚାପ ଜନିତ ରୋଗ, ଦ୍ୱିତୀୟଟି ହେଉଛି ମଧୁମେହ ଜନିତ ରୋଗ, ଏବଂ ତୃତୀୟଟି ହେଉଛି କ୍ୟାନସର। ଗ୍ରାମାଞ୍ଚଳରେ ସଚେତନତାର ଅଭାବ ପରିଲକ୍ଷିତ ହେଉଥିବା କାରଣରୁ ଏହି ତିନୋଟି ରୋଗ ମହାମାରୀର ରୂପ ନେଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

 

 

ଏହାସହ ମୁମ୍ବାଇ ସ୍ଥିତ ପି.ଡି. ହିନ୍ଦୁଜା ହସ୍ପିଟାଲ ଏଣ୍ଡ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସିଇଓ ଗୌତମ ଖାନ୍ନା ମଧ୍ୟ ନିଜର ଅଭିଭାଷଣ ରଖିଥିଲେ। ଏବଂ କହିଥିଲେ ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ମେଟ୍ରୋ ସିଟି ଠାରୁ ବି ଆଗରେ ଭୁବନେଶ୍ୱର। ସେଠାରେ ଉପସ୍ଥିତ ଥିବା ସମସ୍ତ ଡାକ୍ତରମାନେ ମଧ୍ୟ ସ୍ୱାସ୍ଥ୍ୟ ସମ୍ୱନ୍ଧିୟ ସଚେତନତା ବିଷୟରେ ଆଲୋଚନା କରିଥିଲେ।