ଅର୍ଗସ୍ ଏଜୁକେସନ୍ କନକ୍ଲେଭ; ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଆଉ ୨୦୦ MBBS ସିଟ୍ ଖୋଲିବାକୁ ଯୋଜନା

Key Points
ଅର୍ଗସ୍ ନ୍ୟୁଜ୍'ର ମେଗା ଏଜୁକେସନ୍ କନକ୍ଲେଭ ଆୟୋଜିତ
ରାଜ୍ୟରେ ଶିକ୍ଷାର ସ୍ଥିତି ନେଇ ହେଲା ବ୍ୟାପକ ମାନସ ମନ୍ଥନ
ଛାତ୍ରୀଙ୍କ କ୍ଷେତ୍ରରେ ଅଘଟଣ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ଉଦବେଗ
କହିଲେ କନ୍ୟାଶ୍ରମଗୁଡ଼ିକରେ ICC ହେବ ଗଠନ
ଅର୍ଗସ୍ ନ୍ୟୁଜ୍'ର ମେଗା ଏଜୁକେସନ୍ କନକ୍ଲେଭ। ଯେଉଁଥିରେ ରାଜ୍ୟର ଶିକ୍ଷାର ସ୍ଥିତି ନେଇ ହୋଇଛି ବ୍ୟାପକ ମାନସ ମନ୍ଥନ। ଏଥିରେ ଯୋଗ ଦେଇ ରାଜ୍ୟ ସରକାରଙ୍କର ୪ ଜଣ ମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ତମାମ୍ ପ୍ରୟାସ ବାବଦରେ ବିସ୍ତୃତ ଭାବେ କହିଛନ୍ତି। ଛାତ୍ରୀଙ୍କ କ୍ଷେତ୍ରରେ ଅଘଟଣ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ରାଜ୍ୟରେ କହିଲେ କନ୍ୟାଶ୍ରମଗୁଡ଼ିକରେ ଗଠନ ହେବ ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ବା ICC ।
ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଶକ୍ତିସ୍ଵରୂପିଣୀ କାର୍ଯ୍ୟକ୍ରମ । ରାଜ୍ୟରେ ମେଡିକାଲ୍ ଶିକ୍ଷା ଦିଗରେ ସରକାର ନେବାକୁ ଯାଉଥିବା ବଡ଼ ପଦକ୍ଷେପ ବାବଦରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ରାଜ୍ୟରେ ଆଉ ୨୦୦ MBBS ସିଟ୍ ଖୋଲିବାକୁ ଯୋଜନା ରଖିଛନ୍ତି ସରକାର। ଓଡ଼ିଆ ଛାତ୍ରଛାତ୍ରୀମାନେ କେମିତି ଦକ୍ଷତା ବିକାଶରେ ଆଗକୁ ଯିବେ ସେ ବାବଦରେ ସରକାର ନେଉଥିବା ପଦକ୍ଷେପ ଗୁଡ଼ିକ ବାବଦରେ କହିଛନ୍ତି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ବାଇଁ। କନକ୍ଲେଭରେ `ଅର୍ଗସ୍ ନ୍ୟୁଜ୍'ର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ କହିଛନ୍ତି ଏଜୁକେସନ୍ କନକ୍ଲେଭରେ ଶିକ୍ଷାକ୍ଷେତ୍ର ସହ ଜଡ଼ିତ, ଶିକ୍ଷା ବିଭାଗରେ କାମ କରୁଥିବା ସମସ୍ତେ ଏକାଠି ହୋଇଛନ୍ତି।